fbpx

ବିକ୍ରି ହୋଇଯିବ IDBI Bank, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସାର୍ବଜନିକ କ୍ଷେତ୍ରର ଘରୋଇକରଣ ପ୍ରକ୍ରିୟାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଆଇଡିବିଆଇ ବ୍ୟାଙ୍କ । ବ୍ୟାଙ୍କର କିଛି ପ୍ରତିଶତ ଅଂଶଧନ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନିବେଶକଙ୍କ ପାଇଁ ରୋଡ ଶୋ’ର ଆୟୋଜନ କରାଯିବ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କିଶନରାଓ କରାଡ଼ ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି । ତେବେ ବ୍ୟାଙ୍କର ଘରୋଇକରଣ କରାଗଲେ ମଧ୍ୟ କର୍ମଚାରୀ ଓ ଶେୟାରଧାରୀଙ୍କ ହିତସାଧନ ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ସେ କହିଛନ୍ତି ।

ମନ୍ତ୍ରୀ ଶ୍ରୀ କରାଡ଼ କରିଛନ୍ତି ଯେ, ଗତବର୍ଷ ମେ ମାସ ୫ ତାରିଖରେ ବ୍ୟାଙ୍କର ଘରୋଇକରଣ ଓ ମ୍ୟାନେଜମେଣ୍ଟ କଣ୍ଟ୍ରୋଲ ପରିବର୍ତ୍ତନ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଆଇଡିବିଆଇରେ ସରକାରଙ୍କ ୪୫.୪୮ ପ୍ରତିଶତ ଓ ସରକାରୀ ଜୀବନ ବୀମା କମ୍ପାନୀ ଏଲଆଇସିରେ ୪୯.୨୪ ପ୍ରତିଶତ ଅଂଶଧନ ରହିଛି । ସମ୍ଭାବ୍ୟ ନିବେଶକଙ୍କ ପକ୍ଷରୁ ରୁଚି ପତ୍ର ଜମା କରାଯିବା ପରେ ରୋଡ ଶୋ ଆୟୋଜନ କରାଯିବ । ବ୍ୟାଙ୍କର କାର୍ଯ୍ୟ ଠିକ୍ ଭାବେ ଚାଲିବ ପାଇଁ କ୍ୟାପିଟାଲ ଇନଫ୍ୟୁଜନ, ଆଡଭାନ୍ସ ଟେକ୍ନୋଲୋଜି ଆଦି ଉପରେ ଧ୍ୟାନ ଦିଆଯିବ ।

Get real time updates directly on you device, subscribe now.