fbpx

(Video)୧୦୦ ନିୟୁତ ବର୍ଷରେ କ୍ରମାଗତ ଭାବରେ କିପରି ବଦଳୁଛି ପୃଥିବୀ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଭିଡ଼ିଓ, ଦେଖନ୍ତୁ

ନୂଆଦିଲ୍ଲୀ: ପୃଥିବୀର ପୃଷ୍ଠ କ୍ରମାଗତ ଭାବରେ ବଦଳୁଛି। ପୂର୍ବରୁ ଏଠାରେ ଏକ ବିଶାଳ ମହାଦେଶ ଥିଲା । ଯାହା ଏବେ ଅଲଗା ହୋଇଗଲାଣି। ଟେକ୍ଟୋନିକ୍ ପ୍ଲେଟଗୁଡିକ ଗୁଡିକରେ ପରିବର୍ତ୍ତନ ହେଲାଣି । ମାଳଦ୍ୱୀପ ସୃଷ୍ଟି ହେବା ସହିତ ଏହି ଭିତରେ ପୃଥିବୀ ପୃଷ୍ଠରେ ଅନେକ ପରିବର୍ତ୍ତନ ଦେଖା ଯାଉଛି । ତେବେ ଏହି ବଦଳୁଥିବା ପୃଥିବୀର ଏକ ଭିଡିଓ ପ୍ରସ୍ତୁତ କରାଯାଇଛି। ଏହି ୨୧ ସେକେଣ୍ଡର ଏକ ଭିଡିଓରେ ୧୦୦ ନିୟୁତ ବର୍ଷର ଇତିହାସ ଅଛି।

ଟେକ୍ଟୋନିକ୍ ପ୍ଲେଟଗୁଡିକର ଗତିବିଧି ହେତୁ ପୃଥିବୀର ଉପର ସ୍ତର କିପରି ବଦଳିଲା ଏହି ଭିଡିଓଟି ରେ ଦେଖିବାକୁ ମିଳିଛି । ପର୍ବତ ଗଠନ କିପରି ଆରମ୍ଭ ହେଲା? କିପରି ଉପତ୍ୟକା ଗଠନ ହେଲା, ସମୁଦ୍ରଗୁଡ଼ିକ କିପରି ଭାଗ ହେଲା?

ଟେକ୍ଟୋନିକ୍ ପ୍ଲେଟଗୁଡିକର ଗତିବିଧି କିପରି ଘଟୁଛି ଭିଡିଓ ସ୍ପଷ୍ଟ ଭାବରେ ଦର୍ଶାଉଛି। ପୃଥିବୀର ଉପର ସ୍ତର କିପରି ଅର୍ଥାତ୍ ଭୂତଳ ପରସ୍ପରଠାରୁ ଅଲଗା ହୋଇଯାଉଛି । ଆଗ୍ନେୟଗିରି ବିସ୍ଫୋରଣ ଠାରୁ ପୃଥିବୀରେ କେଉଁ କାରଣରୁ ଭୂକମ୍ପ ଘଟୁଛି ତାହା ଦର୍ଶାଯାଇଛି ।

ଭିଡିଓ ଟିରେ ପାଗରେ ପରିବର୍ତ୍ତନ ବାୟୁରେ କାର୍ବନ ଡାଇଅକ୍ସାଇଡ୍ ପରିମାଣରେ କ୍ରମାଗତ ପରିବର୍ତ୍ତନ ମଧ୍ୟ ଦେଖାଯାଇଛି । ସିଡନୀ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନର ବରିଷ୍ଠ ଅଧ୍ୟାପକ ଟ୍ରିଆଷ୍ଟ ସାଲେସ କହିଛନ୍ତି ଯେ ଦଶନ୍ଧି ଧରି ମାଳଦ୍ୱୀପର ଗତିବିଧିକୁ ଅତି ବିସ୍ତୃତ ଭାବରେ ଅଧ୍ୟୟନ କରାଯାଇଛି। ସେମାନଙ୍କର ଗଠନ ଏବଂ ଅବନତିର ପ୍ରକ୍ରିୟା ବୁଝା ଯାଇଛି।

ଏହି ଭିଡିଓ ମଡେଲର ରିପୋର୍ଟ ନିକଟରେ ବିଜ୍ଞାନ ପତ୍ରିକାରେ ପ୍ରକାଶ ପାଇଛି। ଉତ୍ତର ଗୋଲାର୍ଦ୍ଧର ମାଳଦ୍ବୀପ ଗୁଡିକ କିପରି ଅଲଗା ହୋଇ ଯାଉଛନ୍ତ ଏହା ମଧ୍ୟ ଦୃଶ୍ୟମାନ ହେଉଛି ଏବଂ ଯେଉଁଠାରେ ନୂଆ ତିଆରି ହେଉଛି ତାହା ମଧ୍ୟ ଦର୍ଶା ଯାଇଛି ।

Get real time updates directly on you device, subscribe now.