fbpx

ସରକାରୀ କର୍ମଚାରୀଙ୍କୁ ଜୁଲାଇରେ ମିଳିବ ମହଙ୍ଗା ଭତ୍ତା ! ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ଜାନୁଆରୀ ୨୦୨୩ ପାଇଁ ଡିଏ ବା ମହଙ୍ ଭତ୍ତା ବୃଦ୍ଧି ଘୋଷଣା କରିନାହାଁନ୍ତି । ତେବେ ଏହାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି। ଖୁବ୍ ଶୀଘ୍ର ଏହା ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଏହାଦ୍ୱାରା ୬୫ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୪୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହା ପରେ ୧ ଜୁଲାଇ ୨୦୨୩ ରେ ପୁଣି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ବୃଦ୍ଧି ଘଟିବ ।

DA କୁ ନେଇ ଆସିଲା କେନ୍ଦ୍ର ସରକାରଙ୍କ ପକ୍ଷ ରୁ ବଡ଼ ସୂଚନା। ମିଳିଥିବା ସୂଚନା ଅନୁସାରେ ଆଗକୁ ଡିଏ ପାଇବାକୁ ଅନେକ ଜଣ ଆଶା ବାନ୍ଧିଛନ୍ତି। ଏହାକୁ ନେଇ ଜୁଲାଇ ମାସରେ ଏକ ବଡ଼ ଖବରକୁ ଅପେକ୍ଷା କରିଛନ୍ତି ସମସ୍ତେ। ଆସନ୍ତା ଜୁଲାଇ ରେ କେତେ ବଢିବ ଡ଼ିଏ? ସମୟ ଆଗରୁ ଜାଣନ୍ତୁ ବଡ଼ ଅପଡେଟ୍

ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ AICPI ସୂଚକାଙ୍କ ଆକଳନ ଆଧାରରେ ଏହି ବୃଦ୍ଧି କରାଯାଇଛି । ଡିସେମ୍ବରରେ ହ୍ରାସ ପରେ ଜାନୁଆରୀ ପାଇଁ ଏହି ସଂଖ୍ୟା ପୁଣି ବୃଦ୍ଧି ପାଇଛି । ଏହି ଆକଳନକୁ ଦେଖିବା ପରେ ଲାଗୁଛି ଯେ ଆସନ୍ତା ଜୁଲାଇରେ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିବ । ତେବେ ଜାନୁୟାରୀରୁ ଜୁନ୍ ପର୍ଯ୍ୟନ୍ତ ଏଆଇସିପିଆଇ ସୂଚକାଙ୍କ ଆଧାରରେ ଜୁଲାଇରେ ଡିଏରେ ବୃଦ୍ଧି ଘଟିବ । ଜୁଲାଇ ପାଇଁ ଡିଏ ବୃଦ୍ଧି ସରକାରଙ୍କ ପକ୍ଷରୁ ପ୍ରାୟତଃ ସେପ୍ଟେମ୍ବରରେ ଘୋଷଣା କରାଯିବ ।

୧୩୨.୮ ପଏଣ୍ଟରେ ପହଞ୍ଚିଛି AICPI। ଡିସେମ୍ବର ୨୦୨୨ ସଂଖ୍ୟା ୧୩୨.୩ ପଏଣ୍ଟରେ ଥିଲା । ଗତ ଦିନ ଜାରି ହୋଇଥିବା ଜାନୁଆରୀ ୨୦୨୩ ର ଆକଳନ ୧୩୨.୮ ପଏଣ୍ଟରେ ପହଞ୍ଚିଛି । ଆଗାମୀ ସମୟରେ ଏଆଇସିପିଆଇ ଏହା ଉପରେ ଯାଇପାରେ । ଏଭଳି ପରିସ୍ଥିତିରେ ୧ଜୁଲାଇରୁ ପ୍ରଯୁଜ୍ୟ ଡିଏର ବୃଦ୍ଧି ୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ଜାନୁଆରୀ ପରେ ଆସୁଥିବା ଏଆଇସିପିଆଇ ସୂଚକାଙ୍କ ଆଧାରରେ ଜୁଲାଇ ପାଇଁ ଡିଏ ଘୋଷଣା କରାଯିବ ।

ସୂଚନା ମୁତାବକ, ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ବର୍ତ୍ତମାନ ଜାନୁଆରୀ ୨୦୨୩ ର ମହଙ୍ଗା ଭତ୍ତା ଘୋଷଣା କରାଯିବ । ଏହା ପରେ ଜୁଲାଇ ୨୦୨୩ ର ମହଙ୍ଗା ଭତ୍ତା ବା ଡିଏ ଘୋଷଣା କରାଯିବ । ସୂଚନମୁତାବକ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୮% ହାରରେ ଡିଏ ପ୍ରଦାନ କରାଯାଇଛି । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୪୨% କୁ ବୃଦ୍ଧି ପାଇବ । ଏହା ପରେ ଯେଉଁମାନଙ୍କର ଦରମା ୧୮,୦୦୦ ଟଙ୍କା ରହିଛି ସେମାନଙ୍କ ବାର୍ଷିକ ମହଙ୍ଗା ଭତ୍ତା ୯୦,୭୨୦ ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ ମହଙ୍ଗା ଭତ୍ତାଠାରୁ ପାର୍ଥକ୍ୟ ବିଷୟରେ କହିବାକୁ ଗଲେ ଦରମା ପ୍ରତି ମାସରେ ୭୨୦ ଟଙ୍କା ଏବଂ ବାର୍ଷିକ ୮୬୪୦ ଟଙ୍କା ବୃଦ୍ଧି ପାଇବ ।

Get real time updates directly on you device, subscribe now.