fbpx

ଖରାଦିନେ ଚା’, କଫି ପିଉଥିଲେ ସାବଧାନ ! ଜାଣନ୍ତୁ କ’ଣ ହେବ ପରିଣାମ

ପାଣିପାଗ ବିଭାଗ ଅନୁମାନ କରୁଛି ଯେ, ମାର୍ଚ୍ଚରୁ ମେ’ ମାସ ଭିତରେ କଲବଲ କରିବ ତାତି । ପୂର୍ବବର୍ଷ ତୁଳନାରେ ବହୁମାତ୍ରାରେ ତାପମାତ୍ରା ବୃଦ୍ଧି ପାଇବ । ଆଗକୁ ଗ୍ରୀଷ୍ମ ପ୍ରବାହକୁ ନେଇ ସାଂଘାତିକ ସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବା ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଉଚ୍ଚ ତାପମାତ୍ରାରେ ନିଜ ଶରୀରର ସ୍ବାସ୍ଥ୍ୟ ସୁନିଶ୍ଚିତ କରିବା ପାଇଁ ସରକାର କିଛି ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେିଛନ୍ତି । ଏଥି ମଧ୍ୟରେ ଦୁଇଟି ଜିନିଷ, ଯାହାକି ଉଚ୍ଚ ପ୍ରୋଟିନ ଯୁକ୍ତ ପାନୀୟ । ଚା’ ଓ କଫିଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ତେବେ ପ୍ରୋଟିନଯୁକ୍ତ ପାନୀୟ ଚା’ ଏବଂ କଫି ପିଇଲେ କ’ଣ ହେବ ଜାଣନ୍ତୁ ।

କାହିଁକି ନେବାନି ପ୍ରୋଟିନଯୁକ୍ତ ଖାଦ୍ୟ ?
ଓଜନ କମାଇବା ପାଇଁ ବହୁ ଲୋକ ପ୍ରତିଦିନ ଜିମ୍ ଯାଆନ୍ତି । ସେଠାରେ ସେମାନେ ନିଜ ମାଂଶପେଶୀ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରୋଟିନ ଖାଦ୍ୟ ଏବଂ ଡ୍ରିଙ୍କସ୍‌ ନେଇଥାଆନ୍ତି । ତେବେ ଖରାଦିନେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏହାର କାରଣ ହେଉଛି ଖରାଦିନେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ହଜମ କରିବାରେ କଷ୍ଟକର ହୁଏ । ଯାହାଦ୍ୱାରା ଲୋକେ ଅସହଜ ଏବଂ ଅସୁସ୍ଥ ଅନୁଭବ କରିପାରନ୍ତି ।

କ’ଣ ପାଇଁ ପିଇବା ନାହିଁ ଚା’ ଓ କଫି ?
ଆମ ଦେଶରେ ଘରେ ଘରେ ଲୋକେ ଚା’ ପିଇଥାନ୍ତି । ସକାଳୁ ଓ ସନ୍ଧ୍ୟାବେଳେ ଘରେ ଚା’ ପିଇବା ଏକ ପ୍ରକାରର ପରମ୍ପରା ପାଲଟିଯାଇଛି । କେହି କେହି ତ ଦିନରେ ମଧ୍ୟ ଏହାକୁ ପିଇଥାଆନ୍ତି । ତେବେ ଖରାଦିନେ ଚା’, କଫି, ଆଲକହଲ, କାର୍ବୋନେଟେଡ୍ ମୃଦୁ ପାନୀୟଠାରୁ ଦୂରେଇ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି । ଏସବୁ ନେବା ଦ୍ୱାରା ପେଟ ଖରାପ ହୋଇପାରେ । ଗରମ ଚା’ ଶରୀରର ତାପମାତ୍ରାକୁ ବୃଦ୍ଧି କରେ । ଯାହାଦ୍ୱାରା ଡିହାଇଡ୍ରେସନ୍ ହୋଇପାରେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଏହା ପରିବର୍ତ୍ତେ ଗ୍ରୀନ ଟି, ବ୍ଲାକ ଟି, ଏବଂ କୋଲଡ୍ ଆଇସିଡ ଟି ନେଇପାରିବେ । ତେବେ ଏଥିରେ କମ ପରିମାଣର ମିଠା ପକେଇ ପିଇପାରିବେ ।

ଖରାଦିନେ କଣ ଖାଇବେ ଓ ପିଇବେ ?
ଖରାଦିନେ ସୁସ୍ୱାସ୍ଥ୍ୟ ପାଇଁ ଖାଦ୍ୟରେ ତାଜା ଫଳ ଏବଂ ପନିପରିବା, ବ୍ୟବହାରକୁ ବୃଦ୍ଧି କରିବା ଉଚିତ । ଏଥିସହ ଥଣ୍ଡା ସର୍ବତ, ଘୋଳଦହି, ପଇଡ ପାଣି, କୋକୁମ୍ ପାଣି ପିଇବେ । ଏହି ଖାଦ୍ୟ ଏବଂ ପାନୀୟଗୁଡିକ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ରକ୍ଷା କରିବ । ପ୍ରତିଦିନ ୧୦ ରୁ ୧୨ ଗ୍ଲାସ୍ ପାଣି ପିଇବାକୁ ଭୁଲିବେ ନାହିଁ ।

Get real time updates directly on you device, subscribe now.