fbpx
BJD
BJD SKY
BJD SKY

ପେନସିଲ ମୁନରେ ଶ୍ରୀରାମ, ଜାଣନ୍ତୁ କେତେ ରହିଛି ଉଚ୍ଚତା…

BJD

ଜୟପୁର: ଆସନ୍ତାକାଲି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମସ୍ତେ ନିଜ ନିଜ ଢ଼ଙ୍ଗରେ ଭକ୍ତି ଭାବ ପ୍ରଦର୍ଶିତ କରିଥାନ୍ତି । ସେହିଭଳି ଜଣେ ମୂର୍ତ୍ତିକାର ହେଉଛନ୍ତି ଗିନିଜ ବିଶ୍ୱ ରେକର୍ଡ଼ଧାରୀ ନବରତ୍ନ ପ୍ରଜାପତି । ସେ ପେନସିଲର ମୁନରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାର ନିକ୍ଷୁଣ କାରିଗରୀ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମୂର୍ତ୍ତିକାର ନବରତ୍ନଙ୍କ କହିବାନୁଯାୟୀ ପେନସିଲ ମୁନରେ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ତାଙ୍କୁ ୫ ଦିନ ସମୟ ଲାଗିଥିଲା । ଏହି ମୂର୍ତ୍ତିର ଉଚ୍ଚତା ୧.୩ ସେଣ୍ଟିମିଟର ଏବଂ ଏହା ବିଶ୍ୱରେ ଶ୍ରୀରାମଙ୍କର ସବୁଠାରୁ ଛୋଟ ମୂର୍ତ୍ତି ଅଟେ । ସେ ଏହାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଉପହାର ସ୍ୱରୂପ ଦେବେ ଏବଂ ଶ୍ରୀରାମ ସଂଗ୍ରହାଳାୟରେ ଏହାକୁ ସ୍ଥାନିତ କରିବା ନେଇ ପ୍ରୟାସ କରିବେ ବୋଲି କହିଛନ୍ତି । ଏନେଇ ଏଏନ୍‌ଆଇ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରାଯାଇଛି ।

କହିରଖୁଛୁ ଏହା ପୂର୍ବରୁ ସେ ପେନସିଲ ମୁନରେ ଭଗବାନ ଗଣେଶ, ମହାବୀର ସ୍ୱାମୀ, ମହାରାଣା ପ୍ରତାପ, ବଲ୍ଲଭ ଭାଇ ପଟେଲ, ମହାôତା ଗାନ୍ଧୀ, ଭୀମରାଓ ଆମ୍ବେଦକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଳି ଅନେକ କଳାକୃତିର ପ୍ରଦର୍ଶନ କରିଛନ୍ତି ।

Get real time updates directly on you device, subscribe now.