fbpx
BJD SKY
BJD SKY

ଅଫିସରେ ୮ ଘଣ୍ଟା ବସୁଛନ୍ତି କି? ଦେଖାଦେଇଥାଏ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା…

BJD

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକମାନେ କର୍ମଜୀବୀ ହୋଇଥିବାରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛନ୍ତି । ଅଫିସରେ ୮-୯ ଘଣ୍ଟାର ଡ୍ୟୁଟିରେ ସେମାନେ କାର୍ଯ୍ୟକୁ ନେଇ ଚାପଗ୍ରସ୍ତ ରହୁଛନ୍ତି । ବେଳେ ବେଳେ ସେମାନଙ୍କୁ ଗୋଟିଏ ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ବସିବା ପାଇଁ ପଡ଼ୁଛି । ଏହା ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ପରବର୍ତ୍ତୀ ସମୟରେ ଏହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ସମସ୍ୟା ବିସୟରେ :

୧. ବେକ ଯନ୍ତ୍ରଣା: ଅଫିସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସିବା ଦ୍ୱାରା ବେକ, କାନ୍ଧ, ଅଣ୍ଟା, ଗୋଡ଼ ଆଦି ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ଦ୍ୱାରା ମେଦବହୁଳତା, ଡ଼ାଇବେଟିଜ୍ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଦେଖାଦେଇଥାଏ ।

୨. ଇମ୍ୟୁନିଟି ସିଷ୍ଟମ: ବେଳେ ବେଳେ ଅଧିକ କାମ ଚାପରେ ଆମେ ବ୍ରେକ୍ ନେବା ପାଇଁ ଭୁଲି ଯାଇଥାଉ । ତେଣୁ ଦୀର୍ଘ ସମୟଧରି ଗୋଟିଏ ସ୍ଥାନରେ ବସିବା ଯୋଗୁଁ ଶରୀରର କୋଷ ଗୁଡ଼ିକ ଦୁର୍ବଳ ହେବା ସହ ଇମ୍ୟୁନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ ।

୩. ମେଦବହୁଳତା: ସାଧାରଣତଃ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିବା ଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ । ଶରୀରରେ ଅତ୍ୟାଧିକ କ୍ୟାଲୋରୀ ବର୍ଣ୍ଣ ହୋଇନଥାଏ ଏବଂ ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଏ ।

୪. ଭେରିକୋଜ୍ ଭେନ୍ସ: ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିବା ଦ୍ୱାରା ଭେରିକୋଜ୍ ଭେନ୍ସର ସମସ୍ୟା ଦେଖାଦେଇଥାଏ । ଏହି ସ୍ଥିତିରେ ଗୋଡ଼ ଫୁଲି ଯିବା ସହ ରକ୍ତ ବାନ୍ଧି ଯିବା ଏବଂ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ ।

୫. ଶରୀରର ପୋଶ୍ଚର ଉପରେ ପ୍ରଭାବ: ଅଫିସରେ ଦୀର୍ଘ ଗୋଟିଏ ସ୍ଥାନରେ ବସିବା ଶରୀରର ପୋଶ୍ଚର ଉପରେ ପ୍ରଭାବ ପକାଇଥାଏ । ବିଶେଷ କରି ମେରୁଦଣ୍ଡ ଉପରେ । ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ନହେଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ ।

Get real time updates directly on you device, subscribe now.