fbpx

ମଣିପୁର ରାଜ୍ୟ ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଣିପୁରର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଗତ ସାଢ଼େ ୮ ମାସ ଧରି ହିଂସାରେ ଥିବା ମଣିପୁରକୁ ସେ ଶୁଭେଚ୍ଛା ଜଣାଇଛନ୍ତି। ସେ ମେଘାଳୟର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସର ହ୍ୟାଣ୍ଡେଲରୁ ଟୁଇଟ୍ କରି ସେ କହିଛନ୍ତି ଯେ ଭାରତର ପ୍ରଗତିରେ ମଣିପୁରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମଣିପୁର ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା। ଭାରତର ପ୍ରଗତିରେ ମଣିପୁରର ବଡ଼ ଅବଦାନ ରହିଛି।

ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଆମେ ଗର୍ବିତ। ମଣିପୁରର ନିରନ୍ତର ପ୍ରଗତି ପାଇଁ ମୁଁ ପ୍ରାର୍ଥନା କରୁଛି। ମଣିପୁରହିଂସା କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସମୟ ନୀରବତା ଅବଲମ୍ବନ କରିଛନ୍ତି ବୋଲି ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି। ମେ’ ମାସରୁ ମଣିପୁର ଗସ୍ତ କରିନଥିବାରୁ ସେମାନେ ମୋଦିଙ୍କୁ ସମାଲୋଚନା କରିଛନ୍ତି।

ଏଭଳି ସ୍ଥିତିରେ ମଣିପୁର କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍ କୁ ନେଇ ବିରୋଧୀ ଦଳ ନେତାମାନେ କ’ଣ କହୁଛନ୍ତି ତାହା ଦେଖିବାକୁ ବାକି ରହିଲା। ମେଘାଳୟର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଅବିଶ୍ୱସନୀୟ ସଂସ୍କୃତି ଏବଂ ସେଠାକାର ଜନସାଧାରଣଙ୍କ ଉପଲବ୍ଧିକୁ ପାଳନ କରିବାର ଆଜି ଏକ ଅବସର । ମେଘାଳୟ ଆଗାମୀ ଦିନରେ ପ୍ରଗତିର ନୂତନ ଶିଖର ଛୁଇଁବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.