fbpx

‘ପଞ୍ଜାବରେ କେହି ମନ୍ତ୍ରୀ ବିଧାୟକ ବିଶ୍ୱାସଘାତକତା କଲେ ବରଖାସ୍ତ ନୁହେଁ ସିଧା ଜେଲ ପଠାଇବୁ’, କେଜ୍ରିୱାଲଙ୍କ ଚେତାବନୀ

ପଞ୍ଜାବରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜନୀତି ସରଗରମ ହୋଇଛି । ଆମ ଆଦମୀ ପାର୍ଟୀ ଏଠାରେ ବହୁମତ ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ, ବିଜେପି, କଂଗ୍ରେସକୁ ହାରର ସାମ୍ନା କରିବାକୁ ପଡ଼ିଛି ।

ସେପଟେ ରବିବାର ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅମୃତସରରେ ଏକ ମେଗା ରୋଡ ସୋ କରିଛନ୍ତି  । ସେ ଲୋକଙ୍କୁ ସମ୍ବୋନ୍ଧିତ କରିବା ସହ କହିଥିଲେ ଯେ ମୋ ସାନ ଭାଇ ଭଗବନ୍ତ ମାନ ସଚ୍ଚୋଟ । ପଞ୍ଜାବକୁ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ମିଳିଛି । ସଚ୍ଚୋଟ ସରକାର ଗଠନ ହେବ । ସେ ଆହୁରି କହିଛନ୍ତି ଯଦି କେହି ଆମର ନିଜ ମନ୍ତ୍ରୀ କିମ୍ବା ବିଧାୟକ ଏପଟ ସେପଟ କରିବେ ତେବେ ତାଙ୍କୁ ବରଖାସ୍ତ ନୁହେଁ ସିଧା ଜେଲ ଯିବେ । ପଞ୍ଜାବରେ କିଛି ଲୋକ ଲୁଟୁଥିଲେ ଏବେ ତାହା ବନ୍ଦ ହେବ । ଏବେ ସରକାରୀ ପ୍ରତି ଟଙ୍କା ଗରିବଙ୍କ ଉପରେ ଖର୍ଚ୍ଚ ହେବ, ପଞ୍ଜାବ ଉପରେ ଖର୍ଚ୍ଚ ହେବ ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯେତିକି ଗ୍ୟାରେଣ୍ଟି ଦେଇଛୁ ସବୁ ପୂରଣ ହେବ । କିଛି କାର୍ଯ୍ୟର ବିଳମ୍ବ ହୋଇପାରେ କିନ୍ତୁ ପୂରଣ ହେବ । ୧୬ ମାର୍ଚ୍ଚ କୁ ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ,କିନ୍ତୁ ସେଦିନ ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ହେବେ ବରଂ ସଂପୂର୍ଣ୍ଣ ପଞ୍ଜାବର ପ୍ରତି ପିଲା ମୁଖ୍ୟମନ୍ତ୍ରୀ ହେବ । ସେ ଶପଥ ଗ୍ରହଣ ପାଇଁ ପଞ୍ଜାବର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ବାଛିଥିଲା ଦଳ । ଆସନ୍ତା ମାର୍ଚ୍ଚ ୧୬ ରେ ଭଗବନ୍ତ ମାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟକଡ଼ କଲାନରେ ଶପଥ ଗ୍ରହଣ କରିବେ ।

 

Get real time updates directly on you device, subscribe now.