କାନପୁର: ସୋସିଆଲ ମିଡିଆରେ ଏବେ ଏକ ଚିଠି ଖୁବ୍ ଭାଇରାଲ ହେଉଛି। ଏଥିରେ ଜଣେ କିରାଣୀ ଛୁଟି ପାଇଁ ଏପରି ଆବେଦନ କରୁଛନ୍ତି ଯାହା ଖୁବ୍ ରୋଚକ ଅଟେ। ଏହି ଚିଠିରେ କିରାଣୀ ଲେଖିଛନ୍ତି ଯେ, ତାଙ୍କ ଉପରେ ଅଭିମାନ କରିଥିବା ତାଙ୍କ ସ୍ତ୍ରୀ ତାର ବାପ ଘରକୁ ଛାଲିଯାଇଛି। ତାଙ୍କୁ ଫେରାଇ ଆଣିବାକୁ ବ୍ୟକ୍ତି ଜଣକୁ ତାଙ୍କର ଶଶୁର ଘରକୁ ଯିବାକୁ ପଡିବ। ତେଣୁ ତାଙ୍କୁ ଛୁଟି ମିଳୁ ବୋଲି ସେ ଦରଖାସ୍ତରେ ଲେଖିଛନ୍ତି।
ସୂଚନା ଅନୁସାରେ ଏହି ରୋଚକ ଚିଠି କାନପୁର ବିଏସ୍ଏ ଅଫିସ କିରାଣୀ ଶମଶାଦ ଅହମଦ ଲେଖିଛନ୍ତି। ଚିଠିରେ ଗୁହାରି କରି ତିନି ଦିନ ଛୁଟି ମାଗିଛନ୍ତି ଏବଂ ଛୁଟି ନମିଳିବାରୁ ସ୍ତ୍ରୀ ଅଧିକ ରାଗିଯାଇଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏହି କାରଣରୁ ସେ ଦୁଇ ପିଲାଙ୍କୁ ଧରି ବାପ ଘରକୁ ଛାଲିଯାଇଛନ୍ତି। କିରାଣୀଙ୍କର ଏହି ଖାସ୍ ଚିଠି ପୁରା ବିଭାଗରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
ଛୁଟି ଆବେଦନ ସମ୍ବନ୍ଧରେ କିରାଣୀ ଶାମଶାଦ୍ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ପ୍ରେମ ବିଷୟରେ ପତ୍ନୀଙ୍କ ସହ କିଛି ବିବାଦ ହୋଇଥିଲା। ପତ୍ନୀ ବଡ଼ ଝିଅ ଏବଂ ଦୁଇ ପିଲାଙ୍କ ସହ ବାପ ଘରକୁ ଯାଇଛନ୍ତି, ଯେଉଁଥିପାଇଁ ଆବେଦନକାରୀ ମାନସିକ ସ୍ତରରେ ଆଘାତ ପାଇଛନ୍ତି। ବର୍ତ୍ତମାନ ସେ ତାଙ୍କ ବାପ ଘରକୁ ଯାଇ ତାଙ୍କୁ ମନାଇ ଆଣିବାକୁ ଚିନ୍ତା କରୁଛନ୍ତି। ତେଣୁ, ଚିଠିରେ ଅନୁରୋଧ କରାଯାଇଛି ଯେ ଆବେଦନକାରୀଙ୍କୁ ତିନି ଦିନର କାଜୁଆଲ୍ ଛୁଟି ଗ୍ରହଣ କରିବା ସହିତ ଷ୍ଟେସନ ଛାଡିବାକୁ ଅନୁମତି ଦିଅନ୍ତୁ ।
କ୍ଲର୍କଙ୍କ ଛୁଟି ଆବେଦନ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ସୃଷ୍ଟି କରୁଛି । କୁହାଯାଉଛି ଯେ ଶାମଶାଦ୍ ପୂର୍ବରୁ ଅନେକ ଥର ଛୁଟି ପାଇଁ ଆବେଦନ କରିଛନ୍ତି। କିନ୍ତୁ ତାଙ୍କ କଥା ଶୁଣାଗଲା ନାହିଁ। ଏହା ପରେ ସେ ବିରକ୍ତ ହୋଇ ଏହି ଚିଠି ଲେଖି ଅଧିକାରୀମାନଙ୍କୁ ସମସ୍ତ ସତ୍ୟ କହିଥିଲେ ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଶାମଶାଦ୍ ଅହମ୍ମଦଙ୍କୁ ଡିସଚାର୍ଜ କରାଯାଇଛି ଏବଂ ତାଙ୍କ ପତ୍ନୀଙ୍କୁ ମନାଇବା ପାଇଁ ତାଙ୍କ ଶାଶୁ ଘରକୁ ଚାଲିଯାଇଛନ୍ତି।