fbpx

ଭାରତ-ନେପାଳ ମ୍ୟାଚ ଯଦି ବର୍ଷା କାରଣରୁ ବାତିଲ ହୁଏ, ତେବେ କ’ଣ ହେବ, କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ସେପ୍ଟେମ୍ବର ୪ ତାରିଖରେ ଏସିଆ କପରେ ଭାରତ-ନେପାଳ ମଧ୍ୟରେ ମ୍ୟାଚ ହେବ । ଏହା ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା । ଫଳରେ ଦୁଇ ଟିମ୍ ୧-୧ ପଏଣ୍ଟ ଭାଗ କରିନେଇଥିଲେ । ତେବେ ଯଦି ଭାରତ-ନେପାଳ ମ୍ୟାଚରେ ପୁଣି ଥରେ ବର୍ଷା ବାଧକ ସାଜେ ଆଉ ପୁଣି ମ୍ୟାଚ ବାତିଲ ହୋଇଯାଏ, ତେବେ ଏପରି ସ୍ଥିତିରେ କ’ଣ ହେବ ତାହା ସମସ୍ତ କ୍ରୀଡ଼ାପ୍ରେମୀ ଜାଣିବା ନିହାତି ଆବଶ୍ୟକ ।

ପାକିସ୍ତାନ ତା’ର ପ୍ରଥମ ମ୍ୟାଚରେ ନେପାଳକୁ ବୃହତ୍ ବ୍ୟବଧାନରେ ପରାସ୍ତ କରିଥିଲା । ଏହା ପରେ ଭାରତ ବିପକ୍ଷ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା । ଫଳରେ ପାକିସ୍ତାନ ଏବେ ୩ ପଏଣ୍ଟ ପାଇବା ସହ ସୁପର-୪ରେ ପ୍ରବେଶ କରିସାରିଛି । ଅନ୍ୟପକ୍ଷରେ ଭାରତ ଏବେ ମାତ୍ର ୧ ପଏଣ୍ଟ ହାସଲ କରି ସନ୍ତୁଷ୍ଟ ରହିଛି । ତେଣୁ ଯଦି ଭାରତ-ନେପାଳ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଏ ତେବେ ଭାରତ ସୁପର-୪ରେ ପହଞ୍ଚିବ କି ନା ସେନେଇ ଏବେ ପ୍ରଶ୍ନ ଉଠୁଛି ।

ଭାରତ ଯଦି ଏହି ମ୍ୟାଚରେ ବିଜୟ ହାସଲ କରେ ତେବେ ସେ ସୁପର-୪ରେ ପହଞ୍ଚିଯିବ । ମାତ୍ର ପଲ୍ଲେକେଲ ଷ୍ଟାଡିୟମରେ ମୌସୁମୀର ସ୍ଥିତି ଖରାପ ରହିଛି । ସୋମବାର ଦିନ ପଲ୍ଲେକେଲରେ ବର୍ଷା ହେବାର ଆଶଙ୍କା ୮୯ ପ୍ରତିଶତ ରହିଛି । ଏପରି ସ୍ଥିତିରେ ଯଦି ମ୍ୟାଚ ବର୍ଷା କାରଣରୁ ରଦ୍ଦ ହୁଏ, ତେବେ ଦୁଇ ଟିମଙ୍କୁ ୧-୧ ଲେଖାଏଁ ପଏଣ୍ଟ ପ୍ରଦାନ କରାଯିବ । ତେବେ ମ୍ୟାଚ ରଦ୍ଦ ହେଲେ ମଧ୍ୟ ଭାରତ ସୁପର-୪କୁ କ୍ୱାଲିଫାଏ କରିଯିବ । ନେପାଳ ପାକିସ୍ତାନ ଠାରୁ ୨୩୮ ରନରେ ଲଜ୍ଜାଜନକ ଭାବେ ପରାସ୍ତ ହେବା ପରେ ଏବେ ତା’ର ପଏଣ୍ଟ ଶୂନ ରହିଛି । ଭାରତ ବିପକ୍ଷ ମ୍ୟାଚ ରଦ୍ଦ ହେଲେ ତା’ର ପଏଣ୍ଟ ୧ ରହିବ । ଫଳରେ ନେପାଳ ଗ୍ରୁପ-୧ର ପଏଣ୍ଟ ଟେବୁଲରେ ସବୁଠାରୁ ତଳେ ରହିବ ।

Get real time updates directly on you device, subscribe now.