fbpx

ପ୍ରଧାନମନ୍ତ୍ରୀ-VVIPଙ୍କ ପାଇଁ ରାସ୍ତା ଖାଲି, ଅନ୍ୟମାନଙ୍କ ପାଇଁ କାହିଁକି ନୁହେଁ? ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: VVIP ମୁଭମେଣ୍ଟକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଯଦି ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅତି ବିଶିଷ୍ଟ ବ୍ୟକ୍ତି ଯିବା ସମୟରେ ରାସ୍ତା ଏବଂ ଫୁଟପାଥ୍ ଗୋଟିଏ ଦିନ ପାଇଁ ଖାଲି କରାଯାଉଛି, ତେବେ ପ୍ରତିଦିନ ସମସ୍ତଙ୍କ ପାଇଁ ଏହା କରାଯାଉ ନାହିଁ କାହିଁକି? ହାଇକୋର୍ଟଙ୍କ ଏହି ପ୍ରଶ୍ନ ସମସ୍ତଙ୍କୁ ଚମକାଇ ଦେଇଛି । ବିଚାରପତି ଏମ.ଏସ ସୋନକ ଏବଂ ଜଷ୍ଟିସ କମଲ ଖତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସ୍ୱଚ୍ଛ ଫୁଟପାଥ୍ ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନ ପ୍ରତ୍ୟେକ ବ୍ୟକ୍ତିଙ୍କର ମୌଳିକ ଅଧିକାର । ଏହି ସୁବିଧା ଯୋଗାଇଦେବା ରାଜ୍ୟ ପ୍ରାଧିକରଣର ଦାୟିତ୍ୱ ବୋଲି କହିଛନ୍ତି ହାଇକୋର୍ଟ ।

ତେବେ ସହରରେ ଫୁଟପାଥରେ ଅନଧିକୃତ ଭାବରେ ବୁଲି ବିକ୍ରି କରୁଥିବା ଫେରିବାଲାଙ୍କ ସମସ୍ୟାର ସମାଧାନ ପାଇଁ କ’ଣ କରିବା ଉଚିତ୍? ଏ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କର କେବଳ ଚିନ୍ତା କରିବା ହିଁ ଯଥେଷ୍ଟ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଏଥିପାଇଁ ଏକ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ । ଗତବର୍ଷ ସହରରେ ଅନଧିକୃତ ବୁଲାବିକାଳି ଏବଂ ଫେରିବାଲାଙ୍କ ସମ୍ପର୍କରେ ସ୍ୱତଃ ବିବରଣୀ ନେଇଥିଲେ ହାଇକୋର୍ଟ । ଏହା ଏକ ବଡ଼ ସମସ୍ୟା ବୋଲି ଜଣା ଥିବା ବେଳେ ରାଜ୍ୟ ଏବଂ ନଗର ନିଗମ ସହିତ ଅନ୍ୟ ଅଧିକାରୀ ଏହାକୁ ଗୁରୁତର ସହ ନେବା ଉଚିତ୍ । ଏହି ପ୍ରସଙ୍ଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆହ୍ୱାନ କରିଛନ୍ତି ଖଣ୍ଡପୀଠ ।

ଅଦାଲତ ଏ ସମ୍ପର୍କରେ ଟିପ୍ପଣୀ ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ରାସ୍ତାଘାଟ-ଫୁଟପାଥ୍ ଫାଙ୍କା କରି ଦିଆଯାଉଛି । ଏହାସହିତ ସେମାନେ ଯେତିକି ସମୟ ସେଠାରେ ରହିଛନ୍ତି, ଏଭଳି ପରିସ୍ଥିତି କିପରି ରହିଥାଏ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । କିନ୍ତୁ ଏହି ନିୟମ ଅନ୍ୟମାନଙ୍କ ପାଇଁ କାହିଁକି ଲାଗୁ କରାଯାଏ ନାହିଁ? ନାଗରିକ କର ଦେଉଛନ୍ତି, ସେମାନଙ୍କୁ ସ୍ୱଚ୍ଛ ଫୁଟପାଥ୍ ଏବଂ ଚାଲିବା ପାଇଁ ସୁରକ୍ଷିତ ସ୍ଥାନର ଆବଶ୍ୟକତା ରହିଛି ।

ବୃହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (BMC) ତରଫରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ଏସ.ୟୁ କାମଦାର କହିଛନ୍ତି ଯେ, ସମୟ ସମୟରେ ଏଭଳି ରାସ୍ତାଘାଟ ବିକ୍ରେତା ଏବଂ ହକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । କିନ୍ତୁ ସେମାନେ କିଛି ଦିନ ପରେ ପୁନର୍ବାର ଫେରି ଆସନ୍ତି। ବିଏମସି ଭୂତଳ ବଜାରର ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି। ଆସନ୍ତା ଜୁଲାଇ ୨୨ ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.