fbpx
BSKY
BJD SHG SKY
BJD MC SKY

କାଲିଠୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ୩ ମାସ ମଧ୍ୟରେ ଦାବି ପୂରଣ ନହେଲେ ତୀବ୍ର ହେବ ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୧୦ ଦଫା ଦାବି ନେଇ ରାଜଧାନୀରେ ଡ୍ରାଇଭର ମହାସଂଘ ଆଜି ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖି କହଛନ୍ତି ଯେ ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିବା ନେଇ କହିଛନ୍ତି ସେ କହିଛନ୍ତି ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି କିନ୍ତୁ ୩ ମାସ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ । ତେବେ କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ ବୋଲି କହିଛନ୍ତି ମହାସଂଘର ସଂପାଦକ । ଡ୍ରାଇଭର ମହାସଂଘ ସଂପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି ଯେ ଆଜି ପାଇଁ ଆନ୍ଦୋଳନ ପ୍ରତ୍ୟାହୃତ, କାଲିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଦାବି ପୂରଣ ନ ହେବା ଯାଏଁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେବ ବୋଲି କହିଛନ୍ତି ସଂପାଦକ ।

ସେପଟେ ଆନ୍ଦୋଳନକୁ ଭଣ୍ଡୁର କରିଥିବା ଅଭିଯୋଗରେ ଡ୍ରାଇଭର ସଂଘ ମଧ୍ୟରେ ଦେଖାଦେଇଛି ମତଭେଦ । ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଆନ୍ଦୋଳନ ଭଣ୍ଡୁର ଅଭିଯୋଗ ଆଣିଛନ୍ତି ସଂଘର ଡ୍ରାଇଭରମାନେ ।

ସୂଚନାଯୋଗ୍ୟ, ୧୦ ଦଫା ଦାବି ନେଇ ଡ୍ରାଇଭର ସଂଘ ସୋମବାର ଧର୍ମଘଟ କରିଥିଲେ । ସେମାନଙ୍କର ପ୍ରମୁଖ ଦାବି ଗୁଡ଼ିକ ହେଉଛି ଡ୍ରାଇଭରମାନଙ୍କୁ ସୁରକ୍ଷା ଦେବା ଲାଗି ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ, ରାଜ୍ୟ ଏବଂ ଜାତୀୟ ରାଜମାର୍ଗରେ ୧୦୦ କିଲୋମିଟର ଦୂରତା ମଧ୍ୟରେ ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମସ୍ଥଳି ନିର୍ମାଣ କରନ୍ତୁ, ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ଡ୍ରାଇଭରମାନଙ୍କ ପରିବାରକୁ ଅନୁକମ୍ପା ମୂଳକ ୨୦ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ, ୧୦ ଲକ୍ଷ ଟଙ୍କାର ବୀମା, ୫୫ ବର୍ଷ ବୟସ ପରେ ପେନସନ, ୫ ଲକ୍ଷ ଟଙ୍କାର ସ୍ୱସ୍ଥ୍ୟ ବୀମା, ନିର୍ଦ୍ଧିଷ୍ଠ ଦରମା, ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା, ଡ୍ରାଇଭର ମାନଙ୍କୁ ଘର ଆଦି ସୁବିଧା ମିଳୁ ବୋଲି ସଂଘଠନର ଦାବି ରହିଛି ।

Get real time updates directly on you device, subscribe now.