fbpx

ବାପା ମା’ ମଦ ପିଇଲେ ଛୁଆ ଉପରେ ପଡିଥାଏ ଏପରି ପ୍ରଭାବ! ରିସର୍ଚ୍ଚରୁ ପ୍ରକାଶ

ମଦ ପିଇବା ଶରୀର ପାଇଁ କ୍ଷତିକାରକ ହେବା ସହ ଏହା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ତ ଅଧିକାଂଶ ଲୋକ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହା କେବଳ ପିଉଥିବା ଲୋକ ନୁହେଁ ବରଂ ପିଲାଙ୍କ ଉପରେ ବି ପ୍ରଭାବ ପକାଇଥାଏ । ଏହା ଜାଣି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଜର୍ଣ୍ଣାଲ୍ ଅଫ୍ ସାଇକୋଲୋଜି ଅଫ୍ ଆଡିକ୍ଟିଭ୍ ବିହେବିଅରରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡିଛି ଯେ, ଯେଉଁ ପିଲାମାନଙ୍କର ପିତାମାତା ମଦ୍ୟପାନ କରନ୍ତି, ସେମାନଙ୍କୁ ଖାଇବା ନିଶା ବା ଅଧିକ ଖାଦ୍ୟ ଖାଇବାର ଲକ୍ଷଣ ଦେଖିବାକୁ ମିଳିଥାଏ ।

ଷ୍ଟଡୀର ରିପୋର୍ଟ ଅନୁସାରେ, ଖାଦ୍ୟ ନିଶା ଅଧୀନରେ ଏହି ପିଲାମାନେ ପିଜ୍ଜା, ଚକୋଲେଟ୍ ଏବଂ ଫ୍ରାଇଜ୍ ଭଳି ଖାଦ୍ୟ ଖାଇବା ପାଇଁ ଅଧିକ ଇଚ୍ଛା କରନ୍ତି । ରିପୋର୍ଟ କହିଛିି ଯେ, ୫ ରୁ ଜଣେ ପିଲା ଏହି ସାଙ୍ଘାତିକ ନିଶା ଦ୍ୱାରା ପ୍ରଭାବିତ ହେଉଛନ୍ତି । ମିଶିଗାନ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଅଧ୍ୟୟନ ସମୟରେ ଦୁଇଟି ଜିନିଷ ଉପରେ ଅଧିକ ଧ୍ୟାନ ଦେଉଥିଲେ । ପ୍ରଥମଟି ହେଉଛି ପିତାମାତାଙ୍କର ଅଧିକ ପିଇବା ବିପଦର ଏକ ଗୁରୁତ୍ୱପୂର୍ଣ୍ଣ କାରକ ଓ ଦ୍ୱିତୀୟଟି ହେଉଛି ଏଥିରେ ପ୍ରକ୍ରିୟାକୃତ ଖାଦ୍ୟର ନିଶା ହୋଇପାରେ ।

ଅଧ୍ୟୟନ ଦଳର ମୁଖ୍ୟ ଲିଣ୍ଡସି ହୁଭର କହିଛନ୍ତି, “ଯେଉଁମାନଙ୍କର ଅଧିକ ମଦ ପିଶିବାର ପାରିବାରିକ ଇତିହାସ ରହିଛି ସେମାନଙ୍କଠାରେ ଅଧିକ ଖାଇବାର ନିଶା ରହିଥାଏ । ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ଖାଇବା ନିଶା ସହ ଲଢ଼େଇ କରୁଛନ୍ତି, ସେମାନଙ୍କ ମଧ୍ୟରେ ଭାଙ୍ଗ, ମଦ୍ୟପାନ, ସିଗାରେଟ୍ ଟାଣିବାର ଅଭ୍ୟାସ ବ୍ୟତୀତ ବ୍ୟକ୍ତିଗତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ ।

Get real time updates directly on you device, subscribe now.