fbpx

ଶସ୍ତା ଦରରେ ଏଲପିଜି ସିଲିଣ୍ଡର ପାଇବେ ଗ୍ରାହକ: ସବସିଡି ବୃଦ୍ଧି ପାଇଁ ସରକାର ହେଉଛନ୍ତି ପ୍ରସ୍ତୁତ

ନୂଆଦିଲ୍ଲୀ: ଆଉ ଦିନ କେଇଟାରେ ଦେଶରେ ସାଧାରଣ ନିର୍ବାଚନ । ତେବେ ଏହି ନିର୍ବାଚନ ଆଗରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲପିଜି ଗ୍ରାହକମାନଙ୍କ ପାଇଁ ଖୁସି ଖବର । ଗ୍ରାହକମାନଙ୍କୁ ସିଲିଣ୍ଡରରେ ମିଳୁଥିବା ସବସିଡିକୁ ବଢ଼ାଇବା ପାଇଁ ଯୋଜନା କରାଯାଉଥିବା ସୂଚନା ମିଳିଛି । ତେବେ ଏହା ଦ୍ୱାରା କୋଟି କୋଟି ଉପଭୋକ୍ତା ଉପକୃତ ହେବେ ।

ବର୍ତ୍ତମାନ ସମୟରେ ଏଲପିଜି ସିଲିଣ୍ଡର ହିତାଧିକାରୀଙ୍କୁ ବର୍ଷରେ ୩୦୦ ଟଙ୍କା ପ୍ରତି ସିଲିଣ୍ଡର ହିସାବରେ ୧୨ଟି ସିଲିଣ୍ଡରରେ ସବସିଡି ମିଳୁଛି । ଦିଲ୍ଲୀରେ ୧୪.୨ କିଲୋ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା । ଏହା ଦ୍ୱାରା ସବସିଡି ଉପଭୋକ୍ତାମାନଙ୍କୁ ସିଲିଣ୍ଡର ୬୦୩ ଟଙ୍କାରେ ମିଳିଥାଏ । ତେବେ କମ ଆୟ ଯୁକ୍ତ ପରିବାରଙ୍କ ପାଇଁ ଗ୍ୟାସ ସବସିଡି ୨୦୦ ଟଙ୍କାରୁ ବଢ଼ା ହୋଇ ୩୦୦ଟଙ୍କା କରାଯାଇଥିଲା ।

ତେବେ ଉଜ୍ଜ୍ୱଳା ଯୋଜନାର ବିସ୍ତାର ଦ୍ୱାରା ଉପଭୋକ୍ତାମାନଙ୍କୁ ପୁଣିଥରେ ଏହି ରିହାତି ଦେବା ପାଇଁ ଚେଷ୍ଟା କରାଯାଉଛି । ଉଜ୍ଜ୍ୱଳା ଯୋଜନା ଦ୍ୱାରା ପ୍ରାୟ ୭୫ ଲକ୍ଷ ମହିଳାଙ୍କ ଗ୍ୟାସ କନେକ୍ସନ ମିଳିଥିଲା । ତେବେ ଏହା ପରେ ଉଜ୍ଜ୍ୱଳା ଉପଭୋକ୍ତାଙ୍କ ସଂଖ୍ୟା ୧୦ କୋଟି ଟପିଯିବ ବୋଲି କୁହାଯାଉଛି ।

ଅକ୍ଟୋବରରେ ସବସିଡି ରାଶି ୧୦୦ ଟଙ୍କା ବୃଦ୍ଧି ହେବା ପରେ ହିତାଧିକାରୀଙ୍କୁ ୧୪.୨ କିଲୋ ସିଲିଣ୍ଡର ପାଇଁ ୭୦୩ ଟଙ୍କା ଦେବାକୁ ପଡ଼ୁଥିଲା । କିନ୍ତୁ ସବସିଡ ୨୦୦ରୁ ୩୦୦ ଟଙ୍କାକୁ ବୃଦ୍ଧି ହେବା ପରେ ଏହି ସିଲିଣ୍ଡରର ମୁଲ୍ୟ ୬୦୩ ଟଙ୍କା ରହିଛି ।

Get real time updates directly on you device, subscribe now.