fbpx
BSKY SKY
BSKY SKY

ସ୍ୱାସ୍ଥ୍ୟ ବିଭାଗର ଆଦେଶନାମା: ଲାବୋରେଟୋରୀ ଟେକ୍ନିସିଆନ ଓ ରେଡିଓଗ୍ରାଫରଙ୍କ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଲାବୋରେଟୋରୀ ଟେକ୍ନିସିଆନ ଓ ରେଡିଓଗ୍ରାଫର ନିଯୁକ୍ତିକୁ ନେଇ ନୂଆ ନିୟମ ଆସିଛି । ଏହି ଦୁଇ ପଦର ନିଯୁକ୍ତି ନିୟମରେ ପରବର୍ତ୍ତନ କରାଯାଇ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆଦେଶନାମା ଜାରି କରାଯାଇଛି ।

ଲାବୋରେଟୋରୀ ଟେକ୍ନିସିଆନ ସର୍ଭିସେସ (ମେଥଡସ ଅଫ୍ ରିକ୍ୟୁଟମେଣ୍ଟ ଆଣ୍ଡ କଣ୍ଡିସନ ଅଫ୍ ସର୍ଭିସ) ରୁଲ୍ସ ୨୦୧୯ ସହିତ ଆମେଣ୍ଟମେଣ୍ଟ ରୁଲ୍ସ ୨୦୨୧ ଅନୁଯାୟୀ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ସେହିପରି ଓଡ଼ିଶା ରେଡିଓଗ୍ରାଫର ସର୍ଭିସେସ (ମେଥଡସ ଅଫ୍ ରିକ୍ୟୁଟମେଣ୍ଟ ଆଣ୍ଡ କଣ୍ଡିସନ ଅଫ୍ ସର୍ଭିସ) ରୁଲ୍ସ ୨୦୧୯ ସହିତ ଆମେଣ୍ଡମେଣ୍ଟ ରୁଲ୍ସ ୨୦୨୦ ଅନୁଯାୟୀ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି ।

ପ୍ରାର୍ଥୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ଦୁଇରେ ବିଜ୍ଞାନରେ ପାସ କରିଥିବା ଆବଶ୍ୟକ । ଏଥିସହିତ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନରେ ଡିପ୍ଲୋମା ପାସ କରିଥିବେ । ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗ୍ରହଣଯୋଗ୍ୟ ହେବ । ସେହିପରି ପ୍ରାର୍ଥୀ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିରେ ବ୍ୟାଚେଲର (ବିଏମଏଲଟି) ଓ ମାଷ୍ଟର (ଏମଏମଏଲଟି) ଡିଗ୍ରୀ କରିଥିବେ ତାହାକୁ ମଧ୍ୟ ଗ୍ରହଣ କରାଯିବ ।

ରେଡିଓଗ୍ରାଫର ପାଇଁ ପ୍ରାର୍ଥୀ ସିଏଚଏସଇ ଅଧିନରେ ଯୁକ୍ତଦୁଇ ବିଜ୍ଞାନ ପାସ କରିବା ସହିତ ବ୍ୟାଚେଲର ଇନ ରେଡିଏସନ ଟେକ୍ନୋଲୋଜି (ବିଏମଆରଟି), ମାଷ୍ଟର ଇନ୍ ମେଡିକାଲ ରେଡିଏସନ ଟେକ୍ନୋଲୋଜି (ଏମଏମଆରଟି)ରେ ଡିଗ୍ରୀ ହାସଲ କରିଥିବେ । ସୂଚନାଯୋଗ୍ୟ ଯେ, ଶିକ୍ଷାଗତ ଯୋଗ୍ୟତାକୁ ନେଇ କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ କୋର୍ଟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରିଛନ୍ତି ।

Get real time updates directly on you device, subscribe now.