fbpx

ମଙ୍ଗଳସୁତ୍ରରେ ଭାଙ୍ଗିଗଲେ କିମ୍ବା ହଜିଗଲେ ତୁରନ୍ତ କରନ୍ତୁ ଏହି ଉପାୟ: ନଚେତ୍ ହୋଇପାରେ ଭୟଙ୍କର କ୍ଷତି

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଥାଏ । ତେବେ ସେଥିମଧ୍ୟରୁ ୧୬ ଶୃଙ୍ଗାରର ମହତ୍ତ୍ୱ ସମ୍ପୂର୍ଣ୍ଣ ଭିନ୍ନ । ଏହି ପରମ୍ପରା ସାଧାରଣତଃ ବିବାହିତ ନାରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ୧୬ ଶୃଙ୍ଗାର ଦ୍ୱାରା ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି ହେବା ସହ ସେମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ଏଥିସହିତ ଏହି ୧୬ ଶୃଙ୍ଗାର ବିବାହିତ ନାରୀମାନଙ୍କ ସ୍ୱାମୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏହି ଶୃଙ୍ଗାରରେ ଜଣେ ବିବାହିତ ନାରୀ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି ତା ଶଙ୍ଖା, ସିନ୍ଦୁର ଏବଂ ମଙ୍ଗଳ ସୂତ୍ର । କୁହାଯାଏ ଯେ ଜଣେ ବିବାହିତ ନାରୀ ତାର ସ୍ୱାମୀର ମଙ୍ଗଳ ଏବଂ ତା ଦୀର୍ଘାୟୁ ପାଇଁ ଏହି ସବୁ ଅଳଙ୍କାର ପରିଧାନ କରିଥାଏ । ତେବେ ଏହି ଅଳଙ୍କାରମାନଙ୍କ ମଧ୍ୟରୁ ମଙ୍ଗଳ ସୁତ୍ରର ବିଶେଷ ମହତ୍ୱ ରହିଥାଏ । ତେବେ ଏହା ଭାଙ୍ଗିଗଲେ କିମ୍ବା ହଜିଗଲେ ହିନ୍ଦୁ ଧର୍ମରେ ଅଶୁଭ ବୋଲି କୁହାଯାଇଥାଏ । କିନ୍ତୁ ଯଦି ମଙ୍ଗଳସୁତ୍ର ଭାଙ୍ଗି ଯାଏ କିମ୍ବା ହଜିଯାଏ ତେବେ ତୁରନ୍ତ ଏହି ଉପାୟ ଅବଲମ୍ବନ କରନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…

ବେକ ଖାଲି କରନ୍ତୁ ନାହିଁ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ମଙ୍ଗଳସୁତ୍ର ଭାଙ୍ଗି ଯାଇଛି କିମ୍ବା ହଜି ଯାଇଛି ତେବେ ଆପଣ ଖାଲି ବେକ କରନ୍ତୁ ନାହିଁ । ତୁରନ୍ତ ବେକରେ କଳାମାଳି ହେଉ କିମ୍ବା ଚେନ ଆଦି ପରିଧାନ କରନ୍ତୁ । ଏପରି ନ କରିଲେ ଆପଣଙ୍କ ସ୍ୱାମୀଙ୍କ ଉପରେ ବିପଦ ଆସିବାର ଆଶଙ୍କା ରହିଥାଏ । ଏହା ଆପଣଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ କତାରଣ ହୋଇପାରେ ।

ଭଙ୍ଗା ମଙ୍ଗଳସୁତ୍ର ପିନ୍ଧନ୍ତୁ ନାହିଁ: ଗୋଟିଏ ବିବାହିତ ନାରୀ ପାଇଁ ତାର ସବୁ ଅଳଙ୍କାର ମଧ୍ୟରୁ ମଙ୍ଗଳ ସୁତ୍ରର ମୁଲ୍ୟ ଅନେକ ବେଶି । ତେଣୁ ବିବାହିତ ନାରୀମାନେ ଭଙ୍ଗା ମଙ୍ଗଳସୁତ୍ର ପିନ୍ଧନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣ ବେକରେ ମାଳି କିମ୍ବା ଅନ୍ୟ କିଛି ପରିଧାନ କରନ୍ତୁ । ଏପରି ନ କରିବା ଦ୍ୱାରା ଏହା ତାଙ୍କ ସ୍ୱାମୀଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଥାଏ ।

ମଙ୍ଗଳ ସୁତ୍ରରେ ରଖନ୍ତୁ କଳାମାଳି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ମଙ୍ଗଳସୁତ୍ର ଛିଡିଯାଇଛି ତାକୁ ତୁରନ୍ତ ଗୁନ୍ଥିବା ସହ ସଠିକ ପରିମାଣରେ କଳାମାଳି ଦିଅନ୍ତୁ । କାରଣ କଳମାଳି ହେଉଛନ୍ତି ପ୍ରଭୁ ଶିବଙ୍କ ପ୍ରତିକ ଏବଂ ସୁନା ହେଉଛି ମାତା ପାର୍ବତୀଙ୍କ ପ୍ରତିକ । ତେଣୁ ଏହାକୁ ଗୁନ୍ଥିବା ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ । ଏପରି ନକରିଲେ ଆପଣଙ୍କ ବୈବୈହିକ ଦୀବନରେ ଅଶାନ୍ତି ଲାଗି ରହିବାର ସମ୍ଭାବନା ରହିଥାଏ ।

Get real time updates directly on you device, subscribe now.