fbpx

ନବରାତ୍ରି ସମୟରେ ଘରକୁ ଆଣନ୍ତୁ ଏହି ଜିନିଷ: ମା’ ଦୁର୍ଗା ହୋଇଥାନ୍ତି ପ୍ରସନ୍ନ, ମିଳିଥାଏ ଆଶୀର୍ବାଦ

୨୬ ସେପ୍ଟେମ୍ବର ଠାରୁ ନବରାତ୍ରିର ଆରମ୍ଭ ହୋଇାସାରିଛି । ଆଜି ନବରାତ୍ରିର ଦ୍ୱିତୀୟ ଦିନ ଆଉ ଏହି ଦିନ ମା ବ୍ରହ୍ମଚାରିଣୀଙ୍କ ଆରାଧନା କରାଯାଇଥାଏ । ମା’ ଦୁର୍ଗାଙ୍କ ସ୍ୱରୂପ ମା’ ବ୍ରହ୍ମଚାରିଣୀଙ୍କୁ ବ୍ରହ୍ମଚର୍ଯ୍ୟ ଏବଂ ତପର ପ୍ରତୀକ ଭାବରେ ବିଶ୍ୱାସ କରାଯାଏ । ନବରାତ୍ରି ସମୟରେ ମା’ ଭକ୍ତଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି । କୁହାଯାଏ ଯେ ନବରାତ୍ରି ସମୟରେ ଯଦି କିଛି ଘରକୁ ଆଣୁଛନ୍ତି ତେବେ ଦେବୀ ମା’ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ଇଚ୍ଛା ମଧ୍ୟ ପୂରା କରିଥାନ୍ତି । ଯଦି ଆପଣ ମଧ୍ୟ ଦେବୀ ମା’ଙ୍କୁ ପ୍ରସନ୍ନ କରିବାକୁ ଚାହୁଛନ୍ତି ତେବେ ଏହି ଜିନିଷ ଘରକୁ ଆଣିପାରିବେ ।

ମାନ୍ୟତା ଅନୂଯାୟୀ, ନବରାତ୍ରିରେ ମୟୂର ପୁଚ୍ଛ ଆଣିବା ଶୁଭ ବୋଲି ବିଶ୍ୱାସ କରାଯାଏ । କୁହାଯାଏ ଯେ ନବରାତ୍ରି ସମୟରେ ଘରେ ମୟୂର ପୁଚ୍ଛ ଆଣିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଏହି ମୟୁର ପୁଚ୍ଛ ପୂଜା କରିବା ଦ୍ୱାରା ଯଦି ପିଲାଙ୍କ ରୁମ୍ ରେ ରଖୁଛନ୍ତି ତେବେ ପିଲାଙ୍କର ପାଠପଢ଼ାରେ ମନ ଲାଗିଥାଏ ।

ତୁଳସୀ ଗଛ: ସନାତନ ଧର୍ମରେ ତୁଳସୀ ଗଛ ବେଶ୍ ମହତ୍ୱପୂର୍ଣ୍ଣ ବୋଲି କୁହାଯାଏ । ତୁଳସୀ ଭଗବାନଙ୍କୁ ଭୋଗ ହେଉ କିମ୍ବା ପ୍ରସାଦରେ ବ୍ୟବହାର କରାଯାଇଥାଏ । ନବରାତ୍ରିରେ ତୁଳସୀ ଗଛ ରୋପଣ କଲେ ଏବଂ ପୂଜା କଲେ ଘରେ ସୁଖସମୃଦ୍ଧି ବଢ଼ିଥାଏ ।

କୁହାଯାଏ ଯେ ନବରାତ୍ରିର ପ୍ରାରମ୍ଭିକ ଦିନରେ ଯଦି ଘରେ ଧଳା ରଙ୍ଗର ଜିନିଷ ଆଣୁଛନ୍ତି ତେବେ ଘରେ ଖୁସିର ପରିବେଶ ଆସିଥାଏ । ମିଠା, କ୍ଷୀର, ଚାଉଳ ଧଳା ରଙ୍ଗର ବସ୍ତ୍ର ଆଦି ହୋଇପାରେ ।

 

Get real time updates directly on you device, subscribe now.