fbpx

Axis Bank ଲଞ୍ଚ କଲା କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ: Samsung ପ୍ରୋଡକ୍ଟ ଉପରେ ମିଳିବ ୧୦% କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଆକ୍ସିସ ବ୍ୟାଙ୍କ୍ ସହଭାଗିତାରେ Samsung-Axis Bank Credit Card ଲଞ୍ଚ କରିଛି । ଏହିକାର୍ଡ ଦ୍ୱାରା ଗ୍ରାହକଙ୍କୁ ସାମସଙ୍ଗର ସବୁ ପ୍ରୋଡକ୍ଟ ଏବଂ ସେବା ଉପରେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ଏହି କ୍ୟାସବ୍ୟାକ୍ ଇଏମଆଇ ଏବଂ ନନ୍ ଇଏମଆଇ ଟ୍ରାଞ୍ଜାକ୍ସନ ଉଭୟ ଉପରେ ଥିବା ବର୍ତ୍ତମାନ ଅଫର ଉପରେ ମଧ୍ୟ ଅଫର୍ ରହିବ ।

ଏହି କୋ-ବ୍ରାଣ୍ଡେଡ କ୍ରେଡିଟ୍ କାର୍ଡକୁ VISA ପ୍ଲାଟଫର୍ମରେ ଲଞ୍ଚ କରାଯାଇଛି । ଏହାର ଅର୍ଥ କାର୍ଡ ସେହି ସବୁ ଆଉଟଲେଟ କିମ୍ବା ଅନଲାଇନ ପ୍ଲାଟଫର୍ମରେ ବ୍ୟବହାର ହୋଇପାରିବ, ଯାହା VISAକାର୍ଡ ସ୍ୱିକାର କରିଥାଏ ।

କ୍ୟାସବ୍ୟାକ୍ ସ୍ମାର୍ଟଫୋନ୍, ଟାବଲେଟ, ଲାପଟପ୍, ଟେଲିଭିଜନ, ରେଫ୍ରିଜରେଟର, ଏସି ଏବଂ ୱାଶିଙ୍ଗ ମେସିନ୍ ସହ ସାମସଙ୍ଗର ସବୁ ପ୍ରୋଡକ୍ଟ ଉପରେ ମିଳିବ । କ୍ୟାସବ୍ୟାକ୍, ସାମସଙ୍ଗ ସର୍ଭିସ୍ ଯେମିତିକି ସର୍ଭିସ୍ ସେଣ୍ଟର ପେମେଣ୍ଟ, ସାମସଙ୍ଗ କେୟାର+ମୋବାଇଲ ପ୍ରୋଟେକ୍ସନ ପ୍ଲାନ୍ସ ଏବଂ ଆକ୍ସିଡେଣ୍ଟ ୱାରେଣ୍ଟୀ ପାଇଁ ପାଇଁ ମଧ୍ୟ ଲାଗୁ ହେବ । ୧୦ ପ୍ରତିଶତ କ୍ୟାସବ୍ୟାକ୍ ଲାଭ ବର୍ଷ ସାରା ଉପଲବ୍ଧ ରହିବ ।

ତେବେ କାର୍ଡର ଦୁଇଟି ଭ୍ୟାରିଏଣ୍ଟ ରହିଛି । ଗୋଟିଏ ହେଉଛି ଭିସା ସିଗ୍ନେଚର ଭ୍ୟାରିଏଣ୍ଟ କାର୍ଡ । ଯେଉଁଥିରେ ଆପଣଙ୍କୁ ସର୍ବାଧିକ ୧୦୦୦୦ ଟଙ୍କାର ବାର୍ଷିକ କ୍ୟାସବ୍ୟାକ୍ ମିଳିପାରିବ । ଏହାର ବାର୍ଷିକ ଫି ରହିଛି ୫୦୦ ଟଙ୍କା । ସେହିପରି ଅନ୍ୟ କାର୍ଡ ଭ୍ୟାରିଏଣ୍ଟ ହେଉଛି ଭିସା ଇନଫାଇନାଇଟ ଏଥିରେ ଆପଣଙ୍କୁ ବାର୍ଷିକ ୨୦୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିପାରିବ । ଏହାର ଆନୁଆଲ ଫି ରହିଛି ୫୦୦୦ ଟଙ୍କା ।

Get real time updates directly on you device, subscribe now.