ଭୁଶୁଡ଼ି ପଡ଼ିଥାନ୍ତା ରତ୍ନଭଣ୍ଡାର, ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ
ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ିଥାନ୍ତା ରତ୍ନଭଣ୍ଡାର।
ପୁରୀ: ଭୁଶୁଡ଼ି ପଡ଼ିଥାନ୍ତା ରତ୍ନଭଣ୍ଡାର। ଦୀର୍ଘ ଦିନ ହେବ ମରାମତି ହୋଇ ନ ଥିବାରୁ ଭୁଶୁଡ଼ି ପଡିଥାନ୍ତା ରତ୍ନଭଣ୍ଡାର। ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ିଥାନ୍ତା। ରତ୍ନଭଣ୍ଡାର ମରାମତି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ।
ପୂର୍ବ ସରକାର ସମୟରେ ରତ୍ନଭଣ୍ଡାର ଖୋଲାଯାଇନଥିଲା। ନୂଆ ସରକାର ଆସିବା ପରେ ରତ୍ନଭଣ୍ଡାର ଗୃହ ଖୋଲାଗଲା। ଅଳଙ୍କାର ସ୍ଥାନାନ୍ତର ହେଲା। ଆଉ ଏବେ ମରାମତି କାମ ଚାଲିଛି।
ଏପରିକି ରତ୍ନଭଣ୍ଡାରକୁ ଶହେରୁ ଦୁଇ ଶହ ବର୍ଷ ଠିକ୍ ରହିଲା ଭଳି ମରାମତି ହେଉଛି। ଏଥିପାଇଁ ASIକୁ କୌଣସି ପ୍ରକାରେ ବ୍ୟସ୍ତ କରାଯାଉ ନାହିଁ। ଯେହେତୁ ASIକୁ କମ୍ ସମୟ ଦିଆଯାଉଛି, ସେଥିପାଇଁ ମରାମତିରେ ବିଳମ୍ୱ ହେଉଛି।
ଏହାସହ ମୃଥ୍ୱୀରାଜ ଆହୁରି ମଧ୍ୟ କହିଛନ୍ତି ସ୍ନାନ ଯାତ୍ରା ପୂର୍ବରୁ ମରାମତି ସାରିବାକୁ ଚେଷ୍ଟା କରୁଛୁ। ଯେପରି ଆଗକୁ କିଛି ଅସୁବିଧା ନ ହୁଏ।