fbpx
BJD
BJD SKY
BJD SKY

ଏହି ଦିଗରେ ଶିଡ଼ି ଥିଲେ ଜୀବନରେ ଦେଖାଦିଏ ଆର୍ଥିକ ସମସ୍ୟା

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ରଖାଯାଇଥିବା ପ୍ରତିଟି ଜିନିଷ ବ୍ୟକ୍ତିର ଆର୍ଥିକ, ଶାରୀରିକ ଓ ମାନସିକ ସ୍ଥିତି ଉପରେ ଶୁଭାଶୁଭ ପ୍ରଭାବ ପକାଏ। ଆଜିକାଲି ଲୋକେ ବହୁତ କମ୍‌ ଜାଗାରେ ଘର କରୁଥିବାରୁ ଶିଡ଼ି ଘରେ କିଛି ଜିନିଷ ନିର୍ମାଣ କରି ଦେଉଛନ୍ତି। ଯାହା ବାସ୍ତୁଦୋଷର କାରଣ ପାଲଟି ଯାଉଛି। ବାସ୍ତୁ ଅନୁସାରେ, ଘର ନିର୍ମାଣ ସମୟରେ ଶିଡ଼ି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଘରର ଭୁଲ୍ ଦିଗରେ ଶିଡ଼ି ନିର୍ମାଣ ଦ୍ବାରା ଆର୍ଥିକ ସଙ୍କଟ ଦେଖାଯିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥାଏ। ତେବେ ଶିଡ଼ି ନିର୍ମାଣ ସମୟରେ କେତୋଟି କଥା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

* ଶିଡ଼ି ତଳେ ଶୌଚାଳୟ, ରୋଷେଇ ଘର, ପୂଜାଘର, ପଢ଼ାଘର କିମ୍ବା ଷ୍ଟୋର୍‌ ରୁମ୍‌ ରଖୀବା ଅନୁଚିତ। ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରୁହେ।
* ଘରର ଶିଡ଼ି ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ହେବା ଉଚିତ୍।
* ଉତ୍ତର କିମ୍ବା ପୂର୍ବ ଦିଗରେ ଶିଡ଼ି ଥିଲେ, ଏଥିଯୋଗୁଁ ଆର୍ଥିକ ଅନଟନ ଦେଖାଯାଏ ବୋଲି କୁହାଯାଏ।
* ଶିଡ଼ି ତଳେ ଡଷ୍ଟବିନ୍‌ ରଖୀବା ଅନୁଚିତ। ଏଥିଯୋଗୁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
* ସେହିଭଳି ଶିଡ଼ି ତଳେ ଜୋତା କିମ୍ବା ଜୋତା ଷ୍ଟାଣ୍ଡ ରଖୀବା ଅନୁଚିତ। ଏହାଦ୍ବାରା ଘରେ ଅର୍ଥର ଅଭାବ ଦେଖାଯାଏ।

Get real time updates directly on you device, subscribe now.