fbpx

୨ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ, ୪ ଗୁରୁତର

ଜୟପୁର: ୨ ବାଇକ ମୁହାଁମୁହାଁ ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାଟି ସଦର ଥାନା ଗାଗନାପୁରରେ ଘଟିଛି । ୪ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ସାନମୁଣ୍ଡାପଦର ଓ ଧନୁପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ବୋଲି ସନ୍ଦେହ ପ୍ରକାଶ କରାଯାଉଛି ।

Get real time updates directly on you device, subscribe now.