fbpx

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ତେଜିଲା ପୁରୁଣା ବସଷ୍ଟାଣ୍ଡ ଅଧୁନୀକରଣ ଦାବି

କଣ୍ଟାବାଞ୍ଜି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡକୁ ବିରୋଧ ଏବଂ ପୁରୁଣା ବସଷ୍ଟାଣ୍ଡକୁ ଆଧୁନୀକରଣ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ନଗର କମିଟି ଏବଂ ଅନ୍ୟ ଅନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ କେବଳ ଶିକ୍ଷାନୁଷ୍ଠାନ ଏବଂ ଜରୁରୀ ସେବାକୁ ଛାଡ଼ି ଦୋକନ ବଜାର ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ । ଏହି ବନ୍ଦ ଯୋଗୁଁ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 

Get real time updates directly on you device, subscribe now.