fbpx

(Video) ଖଣିରେ ଓଲଟି ପଡିଲା ବସ୍‌, ୧୧ ମୃତ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଦୁର୍ଗ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଦିନ ଏକ ବସ୍ ଖଣିରେ ଗଳି ପଡିଥିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡିଛି । ପୋଲିସ ଅଧିକାରୀମାନେ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ସେହିଭଳି ପୋଲିସଙ୍କ କହିବାନୁଯାୟୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ମଧ୍ୟ ଆହତଙ୍କ ଉଦ୍ଧାର ପ୍ରକ୍ରିୟା ଚାଲୁ ରହିଛି । ତେବେ ଏହି ଯାତ୍ରୀବାହୀ ବସ୍ ରେ ୩୦ ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ।

ଏହି ଦୁର୍ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି ଯେ, ସେମାନଙ୍କ ଆତ୍ମାମାନଙ୍କୁ ଶାନ୍ତି ମିଳୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭଗବାନ ସମର୍ଥନ ପ୍ରଦାନ କରନ୍ତୁ । ଏଥିସହ ଆହତମାନଙ୍କ ପାଇଁ ମଧ୍ୟ ସେ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ମୁଁ ସେମାନଙ୍କର ଶିଘ୍ର ସ୍ୱାସ୍ଥ ଲାଭର କାମନା କରୁଛି ।

ଦୁର୍ଗରେ ଘଟିଥିବା ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି ଯେ, ‘ଛତିଶଗଡର ଦୁର୍ଗରେ ଘଟିଥିବା ବସ୍ ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଏଥିରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ସମ୍ବେଦନଶୀଳତା । ଏଥିସହ ମୁଁ ଆହତମାନଙ୍କର ଶିଘ୍ର ସ୍ୱାସ୍ଥ୍ୟ ଠିକ ହୋଇଯାଉ ବୋଲି କାମନା କରୁଛି । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡ଼ିତାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି ।’

Get real time updates directly on you device, subscribe now.