fbpx

ଫୋନ୍‌ରେ ଦେଖିବାକୁ ମିଳୁଛି କି ଏହି ସାଇନ୍‌, ତୁରନ୍ତ ନୂଆ ଫୋନ୍ କିଣନ୍ତୁ

Advertisement

ଓଡ଼ିଶା ଭାସ୍କର: ଆପଣ କେତେବେଳେ ପୁରୁଣା ବଦଳରେ ଏକ ନୂଆ ସ୍ମାର୍ଟଫୋନ୍ କିଣିବା ଉଚିତ । କ’ଣ ଏଥିପାଇଁ ଆପଣଙ୍କୁ ନିଜ ଫୋନ୍ ଉପରେ କେବଳ ଧ୍ୟାନ ଦେବାକୁ ହେବ ।
ଯଦି ଆପଣଙ୍କ ଫୋନ୍ ବହୁତ ସ୍ଲୋ ହୋଇଯାଇଛି, ଆପଣଙ୍କୁ କୌଣସି ଫିଚର ଆକ୍ସେସ୍ କରିବାକୁ ଅପେକ୍ଷା କରିବାକୁ ପଡୁଛି ତେବେ ଏହା ଏକ ସଂକେତ କି ଆପଣଙ୍କୁ ନିଜ ଫୋନ୍ ଅପଗ୍ରେଡ୍ କରିବାକୁ ହେବ ।

ଏହା ବ୍ୟତିତ ଫୋନ୍‌ର ବ୍ୟାଟେରୀ ବି ଏକ ବଡ ସଂକେତ ହୋଇଥାଏ । ଯଦି ଆପଣଙ୍କ ଫୋନ୍‌ର ବ୍ୟାଟେରୀ ଲାଇଫ୍ କମ୍ ହୋଇଯାଇଛି ତେବେ ଏକ ନୂଆ ଫୋନ୍ ଲାଗି ଏହା ଏକ ସଂକେତ । କିନ୍ତୁ ଯଦି ଆପଣଙ୍କ ଫୋନ୍ ଅଧିକ ପୁରୁଣା ନୁହେଁ ତେବେ ଏହି ସମସ୍ୟା କୌଣସି ଅନ୍ୟ କାରଣରୁ ହୋଇପାରେ । ଏପରି ସ୍ଥିତିରେ ଆପଣ ଚାହିଁଲେ ଫୋନ୍‌ର ବ୍ୟାଟେରୀକୁ ଅପଡେଟ୍ କରିପାରିବେ ।

ଫୋନ୍ ସ୍ଲୋ ହେବା ସହିତ ଯଦି ଆପଣଙ୍କ ଫୋନ୍‌କୁ ସଫ୍ଟୱେୟାର ଅପଡେଟ୍ ମିଳୁନାହିଁ ତେବେ ନୂଆ ଫୋନ୍ କିଣିବାର ଏହା ଏକ ସଂକେତ । ଆପଣଙ୍କ ଫୋନ୍‌ରେ ସଫ୍ଟୱେୟାର ଅପଡେଟ୍ ମିଳୁ ନ ଥିଲେ ଆପଣ ହ୍ୟାକିିଂର ଶିକାର ହୋଇପାରନ୍ତି । ତେଣୁ ଆପଣ ନୂଆ ଫୋନ୍ କିଣିବା ଉଚିତ ।

Get real time updates directly on you device, subscribe now.