ଏହି ଯୋଜନାରେ ମାସିକ ୧,୨୦୦ ଟଙ୍କା ନିବେଶ କଲେ, ୬୦ ମାସ ପରେ ପାଇବେ ଏତିକି ଟଙ୍କା

ପୋଷ୍ଟ ଅଫିସର ଦମଦାର ସ୍କିମ, ମାସିକ ୧,୨୦୦ ଟଙ୍କା ନିବେଶ କଲେ ୬୦ ମାସ ପରେ ପାଇବେ ଏତିକି ଟଙ୍କା, ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ପ୍ରତି ମାସରେ ଛୋଟ ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସର ରିକ୍ୱାରିଂ ଡିପୋଜିଟ ସବୁଠୁ ଉତ୍ତମ ରହିବ। ଏହି ସ୍କିମରେ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ସହ ଗ୍ୟାରେଣ୍ଟି ସହ ସୁଧ ମିଳିଥାଏ।

ଏହି ସ୍କିମର ବାର୍ଷିକ ସୁଧ ୬.୭%, ଯାହା ତିନିମାସରେ କମ୍ପାଉଣ୍ଡ ହୋଇଥାଏ। ତେବେ ଯଦି ଆପଣ ଏହି ଯୋଜନାରେ ବାର୍ଷିକ ୧,୨୦୦ ଜମା କରୁଛନ୍ତି, ତେବେ ୫ବର୍ଷ ଅର୍ଥାତ ୬୦ ମାସରେ ଆପଣଙ୍କର ସମୁଦାୟ ଜମା ରାଶି ୭୨ ହଜାର ଟଙ୍କା ହେବ।

ହେଲେ ସୁଧ ହାର ପରେ ମାଚ୍ୟୁରିଟିରେ ଆପଣଙ୍କୁ ସମୁଦାୟ ୮୫ ହଜାର ୬୩୮.୯୯ ଟଙ୍କା ମିଳିବ।

କମ୍ପାଉଣ୍ଡ ଇଣ୍ଟରେଷ୍ଟ କାରଣରୁ ୬୦ ମାସର ଶେଷରେ ଆପଣଙ୍କ ଜମା ରାଶିରେ ସମୁଦାୟ ୧୩,୬୩୮ ଟଙ୍କା ୯୯ ପଇସା ସୁଧ ମିଳିବ। ଏହା ଟ୍ୟାକ୍ସେବଲ ହୋଇପାରେ, ହେଲେ ଟିଡିଏସ ଏଥିରେ କଟିନଥାଏ।