ଯଦି ଆପଣ ନିଜର ପତ୍ନୀଙ୍କ ନାମରେ FD କରିବେ, ତେବେ ସଞ୍ଚୟ କରିପାରିବ ଏହି ଟ୍ୟାକ୍ସ

ନିଜ ନାଁ ବଦଳରେ ଆପଣଙ୍କ ପତ୍ନୀଙ୍କ ନାଁରେ ଏଫଡି କରନ୍ତୁ, ମିଳିବ ଅନେକ ଲାଭ

ନୂଆଦିଲ୍ଲୀ : ଆଜି ବି ଭାରତୀୟମାନଙ୍କର ଏଫଡି ପ୍ରିୟ ନିବେଶ ବିକଳ୍ପ । ଏଥିରେ ରିସ୍କ ବହୁତ କମ୍ ଥାଏ । ଛୋଟ ବଡ ବ୍ୟାଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଏଫଡି ମଧ୍ୟ ରହିଛି । କିନ୍ତୁ FDରେ ସୁଧ ହାର କମ୍ ରହିଛି । ତେଣୁ, ଦୀର୍ଘକାଳୀନ ନିବେଶରେ, ମନେରଖନ୍ତୁ ଯେ ଆପଣ ପାଇଥିବା ରିଟର୍ଣ୍ଣ ମୁଦ୍ରାସ୍ଫୀତି ହାରଠାରୁ ଅଧିକ ହେବା ଉଚିତ, ନଚେତ୍ ନିବେଶରେ କୌଣସି ଲାଭ ହେବ ନାହିଁ ।

ଗ୍ରାହକଙ୍କୁ ଏଫଡିରୁ ପ୍ରାପ୍ତ ସୁଧ ଉପରେ ଟିଡିଏସ୍ ଦେବାକୁ ପଡେ । ତେବେ ଏଫଡିରୁ ଆସିଥିବା ଆୟ ଆପଣଙ୍କ ମୋଟ ଆୟ ସହ ଯୋଡି ହେଇଯିବ । ଏପରି ସ୍ଥିତିରେ ଆପଣଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡିବ । କିନ୍ତୁ ଯଦି ଆପଣ ନିଜର ପତ୍ନୀଙ୍କ ନାମରେ ଏଫଡି କରୁଛନ୍ତି, ତେବେ ଆପଣ ଏହି ଟ୍ୟାକ୍ସ ସଞ୍ଚୟ କରିପାରିବ ।

ଅଧିକାଂଶ ମହିଳା ନିମ୍ନ ଟ୍ୟାକ୍ସ ବ୍ରାକେଟ୍ ରେ ଆସନ୍ତି କିମ୍ବା ଗୃହିଣୀ ଅଟନ୍ତି । ଗୃହିଣୀଙ୍କ ଉପରେ କୌଣସି ଟିକସ ଦେବାର ଦାୟିତ୍ବ ନଥାଏ । ଫଳରେ ଆପଣ ଯଦି ଆପଣଙ୍କ ପତ୍ନୀଙ୍କ ନାମରେ ଏଫଡି କରନ୍ତି, ତେବେ ଆପଣଙ୍କୁ ଟିଡିଏସ ଦେୟରୁ ରକ୍ଷା ପାଇ ପାରିବେ । ଏହା ସହିତ, ଆପଣ ଅଧିକ ଟିକସ ଦେବାକୁ ମଧ୍ୟ ଏଡାଇ ପାରିବେ ।

ଯଦି ଏକ ଆର୍ଥିକ ବର୍ଷରେ ଏଫଡିରୁ ପ୍ରାପ୍ତ ସୁଧ ଚାଳିଶହଜାରରୁ ଅଧିକ, ତେବେ ଆପଣଙ୍କୁ ଦଶ ପ୍ରତିଶତ ଟିଡିଏସ ଦେବାକୁ ପଡିବ । ଯଦି ଆପଣଙ୍କ ପତ୍ନୀଙ୍କ ଆୟ କମ୍ ତେବେ ସେ ଫର୍ମ 15G ପୂରଣ କରି ଟିଡିଏସ୍ ଦେୟକୁ ଏଡାଇ ପାରିବେ ।

ଯଦି ଆପଣ ପତ୍ନୀଙ୍କ ସହ ଜଏଣ୍ଟ ଏଫଡି କରୁଛନ୍ତି ଏବଂ ତାଙ୍କୁ ଫାଷ୍ଟ ହୋଲ୍ଡର ରଖୁଛନ୍ତି, ତେବେ ଆପଣ ମଧ୍ୟ ଟିଡିଏସ୍ ସହିତ ଅଧିକ ଟିକସ ଦେବାରୁ ବଞ୍ଚି ପାରିବେ ।