fbpx

ଦିବ୍ୟାଙ୍ଗ ବାପା-ମା’ଙ୍କ ସେବା କଲେ ମିଳିବ ଆୟକର ଟ୍ୟାକ୍ସ ଉପରେ ଛାଡ଼, ଜାଣନ୍ତୁ କଣ କହୁଛି ନିୟମ

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ବାପା-ମାଆଙ୍କ ସେବା କରୁଥିଲେ ଇନକମ୍ ଟ୍ୟାକ୍ସରେ ରିହାତି ମିଳିପାରିବ । ଦିବ୍ୟାଙ୍ଗ ବାପା-ମାଆଙ୍ଗ ବାବଦକୁ ଖର୍ଚ୍ଚ ହେଉଥିବା ଟଙ୍କା ଆପଣ ମାନେ ଇନକମ୍ ଟ୍ୟାକ୍ସରୁ କ୍ଲେମ୍ କରିପାରିବେ । ଏଥିପାଇଁ ଏକ ଖାସ୍ ନିୟମ ରହିଛି । ତେବେ ଏହି ନିୟମ ଇନମକ୍ ଟ୍ୟାକ୍ସ ଧାରା ୮୦ଊଊ ଜଡ଼ିତ ରହିଛି । ଏହି ନିୟମ ଖାସ୍ କରି ଦିବ୍ୟାଙ୍ଗ ମାନଙ୍କ ନିମେନ୍ତ ତିଆରି କରାଯାଇଛି ।

ଯଦି କୌଣସି ବ୍ୟକ୍ତିଙ୍କ ବାପା-ମାଆ ୪୦ ପ୍ରତିଶତ ଦିବ୍ୟାଙ୍ଗ ତେବେ ସେହି ବ୍ୟକ୍ତିଙ୍କୁ ଧାରା ୮୦ଊଊ ଆଧାରରେ ଇନମକ୍ ଟ୍ୟାକ୍ସରୁ ରିହାତି ମିଳିପାରିବ । ଏହି ଧାରା ଅନୁସାରେ, ଯଦି ୪୦ ପ୍ରତିଶତ ଦିବ୍ୟାଙ୍ଗ ବାପା-ମାଆଙ୍କ ବାବଦକୁ ୭୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ ଏଥିରେ ଆଫରଙ୍କୁ ଲାଭ ମିଳିବ । ଏହି ଟଙ୍କାକୁ ଇନକମ୍ ଟ୍ୟାକ୍ସରୁ କ୍ଲେମ୍ କରିପାରିବେ । ଅନ୍ୟପଟେ ଯଦି ଘରେ ଦୁଇଜଣ ପୁଅ ଅଛନ୍ତି ଓ ସେମାନେ ବାପା-ମାଆଙ୍କ ପିଛା ଖର୍ଚ୍ଚ କରୁଛନ୍ତି ତେବେ ଦେଖାଯିବ ଯେ, କିଏ କେତେ ଟଙ୍କା ଖର୍ଚ୍ଚ କରିଛି । ଆଉ ଏହି କେସ୍ ରେ ଦୁଇ ଜଣ ଯାକ ଭାଇ ୭୫-୭୫ ଟଙ୍କା ଲେଖାଏଁ ଖର୍ଚ୍ଚ କରୁଛନ୍ତି ତେବେ ଦୁହିଁଙ୍କୁ ଟ୍ୟାକ୍ସ କ୍ଲେମ୍ କରିପାରିବେ ।

ଏହି ଧାରା ଅନୁସାରେ, ବାପା-ମାଆ, ପତ୍ନୀ, ସନ୍ତାନ, ଭାଇ କିମ୍ବା ଭଉଣୀ ଦିବ୍ୟାଙ୍ଗ ହୋଇଥିବେ ତେବେ ତାଙ୍କ ଚିକିତ୍ସା ପିଛା ଖର୍ଚ୍ଚ କଲେ ଏହି ସେକ୍ସନ୍ ଅନୁସାରେ ଟ୍ରାକ୍ସ ଛାଡ଼ ଦିଆଯାଏ । ହିନ୍ଦୁ ପରିବାର ମାମଲାରେ ଯଦି କିଏ ବି ଦିବ୍ୟାଙ୍ଗ ସଦସ୍ୟା ହୋଇଥାନ୍ତି ତେବେ ତାଙ୍କୁ ଏହି ସୁବିଧା ମିଳିବ ।

Get real time updates directly on you device, subscribe now.