fbpx

ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍, ପାର୍କିଂରେ କଲେ ଶୁଣାଣି

କୋର୍ବା : ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ ଜଜ୍ । ଏଭଳି ଏକ ଘଟଣା ଛତିଶଗଡ଼ କୋର୍ବା ଜିଲ୍ଲା ଅଦାଲତରେ ଘଟିଛି । ଏକ ସଡ଼କ ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗରେ ପୀଡିତ ହୋଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ବାହାରେ ଥିବା ପାର୍କିଂରେ ଏପରି ଶୁଣାଣି କରିଛନ୍ତି ଜଜ୍ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୮ରେ ଦୁର୍ଘଟଣା କାରଣରୁ ଦ୍ୱାରିକା ପ୍ରସାଦ କନୱର ନାମକ ଜଣେ ବ୍ୟକ୍ତି ଦିବ୍ୟାଙ୍ଗ ହୋଇଥିଲେ । ଚାଲିବା ବୁଲିବାରେ ଅସମର୍ଥ ହେବାରୁ ବିଛଣାରେ ପଡି ରହୁଥିଲେ । ଏହାପରେ ଦ୍ୱାରିକା ଇନ୍ସୁରାନ୍ସ କମ୍ପାନୀ ନିକଟରେ କ୍ଷତିପୂରଣ ଦାବି କରିଥିଲେ । ୩ ବର୍ଷ ଧରି ତାଙ୍କ ମାମଲା ସ୍ଥଗିତ ହୋଇ ରହିଥିଲା । ଦିବ୍ୟାଙ୍ଗ କାରଣରୁ ସେ କୋର୍ଟ ଭିତରକୁ ଯାଇପାରିନଥିଲେ । ଯାହାଫଳରେ ଜଜ୍ ବିପି ଶର୍ମା ନିଜେ କୋର୍ଟ ବାହାରକୁ ଆସିଥିଲେ ଓ ପାର୍କିଂରେ ଯାଇ ଶୁଣାଣି କରିଥିଲେ । କୋର୍ଟ ଦ୍ୱାରିକାଙ୍କ ସପକ୍ଷରେ ଶୁଣାଣି କରି ତାଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଇନ୍ସୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.