fbpx

ଆଧାର କାର୍ଡ ଠକେଇକୁ ଏଡାଇବାକୁ ଚାହୁଁଛନ୍ତି କି? ତେବେ ସହଜରେ ଏମିତି ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କରନ୍ତୁ…

ନୂଆଦିଲ୍ଲୀ: ଆଜିର ସମୟରେ ଆଧାର କାର୍ଡ ହେଉଛି ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର। ଆଧାର ବିନା ଆମର ଅନେକ କାର୍ୟ୍ୟ ଅଟକି ଯାଇପାରେ। ଆଧାର କାର୍ଡ ବର୍ତ୍ତମାନ କେବଳ ଏକ ନୂତନ ସିମ୍ କିଣିବା ପାଇଁ ନୁହେଁ, ବରଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସମସ୍ତ କାମରେ ବ୍ୟବହୃତ ହେଉଛି। ଜାଲିଆତି ଆର୍ଥିକ କାରବାର, ମୋବାଇଲ୍ ଏବଂ ଇଣ୍ଟରନେଟ୍ ତଥା ପରିଚୟ ଚୋରି କରିବା ପାଇଁ ଆଧାର ବାୟୋମେଟ୍ରିକ୍ ତଥ୍ୟର ଅପବ୍ୟବହାର କରାଯାଇପାରେ। ତେଣୁ, ଆଧାର କାର୍ଡରେ ରେକର୍ଡ ହୋଇଥିବା ବ୍ୟକ୍ତିଗତ ସୂଚନା ସୁରକ୍ଷା ଉପରେ ଆମେ ବିଶେଷ ଯତ୍ନ ନେବା ଉଚିତ୍ । ଯଦି ଆମେ ଆମର ଆଧାରର ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କରିପାରିବା, ତାହେଲେ ଆମର ସୂଚନା ସୁରକ୍ଷିତ ଭାବେ ରହିପାରିବ।

ସୂଚନାଯୋଗ୍ୟ, ଅସ୍ଥାୟୀ ଭାବରେ ଆପଣ ବାୟୋମେଟ୍ରିକ୍ ଲକ୍ କରିବା ପରେ, ଅନ୍ୟ କେହି ଏହାକୁ ଅନଲକ୍ କରି ବ୍ୟବହାର କରିପାରିବେ ନାହିଁ। ଫଳରେ ଏଭଳି ପରିସ୍ଥିତିରେ, କେହି ଆପଣଙ୍କର ଆଧାର କାର୍ଡକୁ ଦୁର୍ବ୍ୟବହାର କରିପାରିବେ ନାହିଁ। ତେବେ ନିମ୍ନରେ ଦିଆଯାଇଥିବା ପରି ଆପଣ ସହଜରେ ଆପଣଙ୍କ ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କିମ୍ବା ଅନଲକ୍ କରିପାରିବ।

  • ସର୍ବପ୍ରଥମେ, UIDAI ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ।
  • ଏହା ପରେ, ‘ମୋ ଆଧାର’ ଟ୍ୟାବରେ ‘ଆଧାର ସେବା’ ବିକଳ୍ପ ଚୟନ କରନ୍ତୁ ଏବଂ ତା’ପରେ ‘ବାୟୋମେଟ୍ରିକ୍ସ ଲକ୍ / ଅନଲକ୍’ ବିକଳ୍ପ ଚୟନ କରନ୍ତୁ।
  • ଏହା ପରେ ଆପଣଙ୍କ ସ୍କ୍ରିନରେ ଏକ ନୂଆ ଟ୍ୟାବ୍ ଖୋଲିବ। ଆପଣଙ୍କ ବାୟୋମେଟ୍ରିକ୍ ଲକ୍ କରିବାକୁ ଅଗ୍ରଗତି କରିବା ଲାଗି, ଆପଣଙ୍କୁ ଏକ ଟିକ୍ ବାକ୍ସ ବାଛିବାକୁ ପଡିବ।
  • ବାକ୍ସ ଚୟନ କରିବା ପରେ, ‘ଲକ୍ / ଅନଲକ୍ ବାୟୋମେଟ୍ରିକ୍ସ’ ଉପରେ କ୍ଲିକ୍ କରନ୍ତୁ।
  • ଏହା ପରେ, ଆପଣଙ୍କର ଆଧାର ନମ୍ବର ଓ କ୍ୟାପସନ୍ କୋଡ୍ ପ୍ରବେଶ କରନ୍ତୁ ଏବଂ ତାପରେ ‘Send OTP’ ଉପରେ କ୍ଲିକ୍ କରନ୍ତୁ।
  • OTP ପରେ, UIDAI ୱେବସାଇଟ୍ ଆପଣଙ୍କ ସ୍କ୍ରିନରେ ଦେଖାଯିବ।

Get real time updates directly on you device, subscribe now.