fbpx

ଯୌନ କ୍ଷମତା ବୃଦ୍ଧି କରିବାକୁ ଚାହୁଁଥିଲେ, ଖାଆନ୍ତୁ ଏହି ଖାଦ୍ୟ…

ଓଡିଶା ଭାସ୍କର: ପ୍ରାୟତଃ ଅନେକ ଜଣଙ୍କର Sexual Ability ବା ଯୌନ କ୍ଷମତାକୁ ନେଇ ସମସ୍ୟା ଲାଗିରହିଥାଏ। ଫଳରେ ସେମାନେ ନିଜ ପାର୍ଟନରଙ୍କୁ ଖୁସି କରାଇପାରନ୍ତି ନାହିଁ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଏ। ଏଭଳି ପରିସ୍ଥିତିରେ ସାଧାରଣ ଖାଦ୍ୟ ମାଧ୍ୟମରେ ଜଣେ ଚାହିଁଲେ ନିଜର ଯୌନ କ୍ଷମତାକୁ ବଢ଼ାଇ ପାରିବେ। ତେବେ ଆଜିକାଲି ଭିନ୍ନ ଭିନ୍ନ ଅଧ୍ୟୟନରୁ ଭିନ୍ନ ଭିନ୍ନ ସାରା ତଥ୍ୟ ସବୁ ସାମ୍ନାକୁ ଆସୁଛି। ନିକଟରେ Sexual Ability ବା ଯୌନ କ୍ଷମତାକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଭେଜ ଖାଦ୍ୟ ନା ନନଭେଜ ଖାଦ୍ୟ, ଏହା ମଧ୍ୟରୁ କେଉଁଟାକୁ ଖାଇବା ଫଳରେ ଯୌନ କ୍ଷମତା ବୃଦ୍ଧି ପାଇଥାଏ। ଏହି ଅଧ୍ୟୟନରୁ ଏକ ଆଶ୍ଚର୍ୟ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ସବୁଜ ପନିପରିବା, ନାଲି ଲଙ୍କା, ଡାର୍କ ଚକୋଲେଟ ଓ ବାଦାମରେ ଭରପୁର ମାତ୍ରାରେ ଭିଟାମିନ ବି, ଜିଙ୍କ ରହିଥାଏ। ଏହା ଟେଷ୍ଟୋଷ୍ଟେରୋନ (ସେକ୍ସ ହରମୋନ) ସ୍ତର ବଢ଼ାଇବା ସହ ଯୌନ ଇଚ୍ଛାକୁ ବଢ଼ାଇଥାଏ। ମାଂସ, ଅଣ୍ଡା ଓ କ୍ଷୀର ଜାତୀୟ ପଦାର୍ଥରେ କୋଲେଷ୍ଟରାଲ ଓ ସେଚୁରେଟେଡ ଏନିମଲ ଫ୍ୟାଟ ରହିଥାଏ। ଯାହାକି ଧମନୀକୁ ବନ୍ଦ କରିଦେଇଥାଏ।ଫଳରେ ଯୌନ ଆଗ୍ରହତା କମିଯାଇଥାଏ।

ତେବେ ଆମେରିକା ଜର୍ଣ୍ଣାଲ ଅଫ୍‌ କ୍ଲିନିକାଲ ନ୍ୟୁଟ୍ରେସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଫ୍ଲୋବେନାଇଡସରେ ଭରପୁର ଖାଦ୍ୟ ପୁରୁଷଙ୍କ ମଧ୍ୟରେ ଇରେକ୍ଟାଇଲ ଡିସଫଙ୍କସନକୁ ଭଲ କରିଥାଏ। ଏହାସହ ମାଂସ ଓ ଡାଏରୀ ପ୍ରଡକ୍ଟ ନଖାଇବା ଦ୍ୱାରା ଆମ ଶରୀରରେ ସେରୋଟିନନ ନାମକ ହରମୋନ ବଢ଼ିଥାଏ। ଫଳରେ ଏହି ହର୍ମୋନ ଆମକୁ ଖୁସୀ ରଖିବା ସହ ଆମ ମନରେ ପ୍ରେମ କରାଇବାର ଇଚ୍ଛା ଜାଗ୍ରତ କରିଥାଏ। ଫଳରେ ଯୌନ କ୍ଷମତା ବଢ଼ିଥାଏ। ବିଶେଷକରି ସବୁଜ ପନିପରିବା, ନାଲି ଲଙ୍କା, ଡାର୍କ ଚକୋଲେଟ ଓ ବାଦାମରେ ଭରପୁର ମାତ୍ରାରେ ଭିଟାମିନ ବି, ଜିଙ୍କ ରହିଥାଏ। ଏହା ଟେଷ୍ଟୋଷ୍ଟେରୋନ (ସେକ୍ସ ହରମୋନ) ସ୍ତର ବଢ଼ାଇବା ସହ ଯୌନ ଇଚ୍ଛାକୁ ବଢ଼ାଇଥାଏ।

Get real time updates directly on you device, subscribe now.