fbpx
BJD SKY
BJD SKY

୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଥିଲେ ଆଜିହିଁ ଖାଆନ୍ତୁ ଏହି ୧୦ଟି ଜିନିଷ, ବୈଜ୍ଞାନିକଙ୍କ ଦାବି

BJD

ନୂଆଦିଲ୍ଲୀ: ଦୁନିଆରେ ପ୍ରତ୍ୟେକଟି ବ୍ୟକ୍ତି ଲମ୍ବା ଆୟୂଷ ଚାହିଁଥାଏ । ହେଲେ ବିଭିନ୍ନ ରୋଗବ୍ୟାଧି ଓ ଅନିୟମିତ ଖାଦ୍ୟ ଯୋଗୁଁ ଖୁବ୍ କମ୍ ବୟସରେ ମୃତ୍ୟୁବରଣ କରିଥାନ୍ତି । ତେଣୁ ବିଶେଷଜ୍ଞ ମାନେ ପୋଷଣ ଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି । ମୁଖ୍ୟତଃ ଖାଇବା ପ୍ରଣାଳୀରେ ଅନିୟମିତତା କାରଣରୁ ଜୀବନ ଆୟୂଷ କମିବାକୁ ଲାଗିଥାଏ । ତେଣୁ ଆପଣ ମାନେ ଯଦି ନିଜର ଡାଏଟ୍ ରେ ସଠିକ୍ ଖାଦ୍ୟ ମିଶାନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉନ୍ନତି କରିବ ଓ ଆପଣ ଲମ୍ବା ଜୀବନ ବଞ୍ଚିପାରିବେ ।

ଏନେଇ ଐତିହାସିକ ସ୍ତରର ଜଣାଶୁଣା ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ଓ ପୋଷଣ ଏକ୍ସପର୍ଟ ଡା. ଜେମ୍ସ ଡିନିକୋଲାଣ୍ଟିନିୟୋ ନିକଟରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖାଦ୍ୟର କିଛି ଜିନିଷ ସମ୍ପର୍କରେ କହିଛନ୍ତି ଯାହା ମଣିଷକୁ ୧୦୦ ବର୍ଷ ପର୍ଯ୍ୟନ୍ତ ଆୟୂଷ ଦେଇପାରିବ । ତେବେ ଏଥିରେ ବିଭିନ୍ନ ପ୍ରାକୃତିକ ଦ୍ରବ୍ୟ ରହିଛି ଯାହା ଆପଣଙ୍କ ଶରୀରରେ ରାମବାଣ ପରି କାମ କରିବ । ସେଥି ମଧ୍ୟରେ ରହିଛି କଞ୍ଚା ମହୁ, ଛେଳି କ୍ଷୀରରୁ ତିଆରି ହେଉଥିବା ଛେନା, ଡାଳିମ୍ବ, କଞ୍ଚା କଦଳୀ, ଫର୍ମେଟେଡ୍ ଫୁଡ୍ସ, Pastured Eggs, ପଶୁ ଚର୍ବି, ଛତୁ, ଜାମୁକୋଳୀ ଭଳି ଖାଦ୍ୟ ।

ଏହିସବୁ ଖାଦ୍ୟ ଆପଣ ମାନଙ୍କୁ ୧୦୦ ବର୍ଷ ବଞ୍ଚିବାରେ ସହାୟତା କରିବ । ତେବେ ବ୍ୟକ୍ତିଗତ ଭାବରେ ଏହିସବୁ ଖାଦ୍ୟର ବିଶେଷତା ରହିଛି । ତେବେ କଞ୍ଚା ମହୁ ଲିଭର୍, କୋଲୋଷ୍ଟ୍ରୋଲ୍ ଓ ବେଷ୍ଟ୍ର କ୍ୟାନସରରୁ ମୁକ୍ତି ଦେଇଥାଏ । ସେହିପରି ଛେଳି କ୍ଷୀରରୁ ତିଆରି ହେଉଥିବା ଛେନାରେ ପ୍ରୋବାୟୋଟିକ୍ ରହିଛି । ଯାହା ଇମ୍ୟୁନୋ ସିଷ୍ଟମ୍ କୁ ନିୟନ୍ତ୍ରଣରେ ରଖେ । ଯାହାଦ୍ୱାରା କ୍ୟାନସର୍ ଭଳି ରୋଗରୁ ଆମକୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଡାଳିମ୍ବରେ ଭିଟାମିନ୍ ଏ, ସି, ଓ ଇ ଭଳି ମିନେରାଲ୍ସ ରହିଛି । ଡାଳିମ୍ବରେ ଆଣ୍ଟି ଭାଇରାଲ୍ ଓ ଆଣ୍ଟି ଟ୍ୟୁମର୍ ବିଶେଷତା ରହିଥାଏ । ଶରୀରରେ ରୋଗମୁକ୍ତ ରଖିବାରେ ଏସବୁ ଖୁବ୍ କାମରେ ଆସିଥାଏ ।

Get real time updates directly on you device, subscribe now.