fbpx

ଦରଦାମ୍ ଯେତେ ବଢ଼ିଲେ ବି ଦଳ ହାରିବନି: ୟୁପି, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ପୁଣି ଫୁଟିବ ପଦ୍ମ (ଦେଖନ୍ତୁ ବିସ୍ତୃତ ସର୍ଭେ ରିପୋର୍ଟ)

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲ, ଖାଇବା ତେଲ, ରନ୍ଧନ ଗ୍ୟାସର ମୂଲ୍ୟ ବଢ଼ିବାରେ ଲାଗିଥିଲେ ହେଁ ଏହାର ଫରକ କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ଉପରେ ପଡ଼ିବ ନାହିଁ । ଆଗକୁ ଆସୁଥିବା ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ନିର୍ବାଚନକୁ ନେଇ ସର୍ଭେ ରିପୋର୍ଟ ଆସିଛି । ସର୍ଭେ ରିପୋର୍ଟ ମୁତାବକ, ବର୍ତ୍ତମାନ ନିର୍ବାଚନ ହେଲେ ୟୁପିରେ ବିଜେପି ନିଶ୍ଚିତ ବାଜିମାତ୍ କରିବ । ପଞ୍ଜାବରେ କଂଗ୍ରେସ ସବୁଠାରୁ ଆଗରେ ରହିଲେ ହେଁ ବହୁମତଠାରୁ ଦୂରରେ ରହିବ । ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ରହିଛି । ତେବେ ସର୍ଭେ ମୁତାବକ ୪ଟି ରାଜ୍ୟରେ ବିଜେପି ସରକାର ଗଢ଼ିବା ସୁନିଶ୍ଚିତ । କେବଳ ପଞ୍ଜାବକୁ ନେଇ ଦ୍ୱନ୍ଦ୍ୱ ରହିଛି । ମାତ୍ର ନିର୍ବାଚକୁ ଆଉ କିଛି ମାସ ବାକି ଥିବାରୁ ବିଜେପିର ଚାଣକ୍ୟ ନିଜର ସୁଚତୁର ଗୋଟିଚାଳନା ଦ୍ୱାରା ସର୍ଭେର ମତକୁ ଓଲଟାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ୟୁପି: ମୋଟ ୪୦୩ଟି ସିଟ ଥିବା ଏହି ରାଜ୍ୟରେ ବିଜେପି ଓ ଏହାର ସହଯୋଗୀ ଦଳକୁ ୨୧୩-୨୨୧ଟି ସିଟ୍ ମିଳବ । ସମାଜବାଦୀ ପାର୍ଟି ସହଯୋଗୀକୁ ୧୫୨-୧୬୦, ବହୁଜନ ସମାଜବାଦୀ ପାର୍ଟି ସହଯୋଗୀକୁ ୧୬-୨୦, କଂଗ୍ରେସକୁ ୬-୧୦ ସିଟ୍ ମିଳିବ ।

ପଞ୍ଜାବ: ରାଜ୍ୟର ମୋଟ ୧୧୭ଟି ବିଧାନସଭା ଆସନ ରହିଛି । ଏଥର କଂଗ୍ରେସକୁ ୪୨-୫୦, ଅକାଳି ଦଳ ୧୬-୨୪, ଏଏପିକୁ ୪୭-୫୩, ବିଜେପିକୁ ୦-୧ଟି ସିଟ୍ ମିଳିବ ।

ଉତ୍ତରାଖଣ୍ଡ: ରାଜ୍ୟର ମୋଟ ୭୦ଟି ବିଧାନସଭା ସିଟ୍ ରହିଛି । ସର୍ଭେ ମୁତାବକ କଂଗ୍ରେସକୁ ୩୦-୩୪, ବିଜେପିକୁ ୩୬-୪୦, ଆପକୁ ୦-୨ଟି ସିଟ୍ ମିଳିବ ।

ଗୋଆ: ଗୋଆରେ ମୋଟ ୪୦ଟି ସିଟ୍ ରହିଛି । ଆଗାମୀ ନିର୍ବାଚନରେ ବିଜେପିକୁ ୧୯-୨୩, କଂଗ୍ରେସକୁ ୨୦୬, ଆପକୁ ୩-୭ଟି ସିଟ୍ ମିଳିବ ।

ମଣିପୁର: ମଣିପୁରରେ ମୋଟ ୬୦ଟି ବିଧାନସଭା ସିଟ୍ ରହିଛି । ଏଥର ବିଜେପିକୁ ୨୫-୨୯, କଂଗ୍ରେସକୁ ୨୦-୨୪, ଏନପିଏଫକୁ ୪-୮ଟି ସିଟ୍ ମିଳିବ ।

Get real time updates directly on you device, subscribe now.