fbpx

ସ୍ପେଶାଲ ଟ୍ରେନ୍ ଓ ସ୍ପେଶାଲ ଭଡ଼ାର ଘଟିଲା ଅନ୍ତ, ଜାଣନ୍ତୁ ଯାତ୍ରୀମାନଙ୍କୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ କରୋନା କାଳରେ ସ୍ପେଶାଲ ଭଡ଼ା ସହିତ ଆରମ୍ଭ କରିଥିବ ସ୍ପେଶାଲ ଟ୍ରେନକୁ ସାମାନ୍ୟ ଭାବେ ଚଳାଇବାକୁ ଘୋଷଣା ହୋଇଥିଲା । କୋଭିଡକୁ ଦୃଷ୍ଟିରେ ରଖି ରେଗୁଲାର ଟ୍ରେନ୍ ଓ ଏକ୍ସପ୍ରେସ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା । କିନ୍ତୁ ଏବେ ଟ୍ରେନଗୁଡିକୁ ପୁଣି ସାମାନ୍ୟ ଭାବେ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଅର୍ଥାତ୍ ମେଲ/ଏକ୍ସପ୍ରେସ ସ୍ପେଶାଲ ଓ ହଲିଡେ ସ୍ପେଶାଲ ଟ୍ରେନର ସେବା ଏବେ ରେଗୁଲାର ଟ୍ରେନ୍ ପରି ହେବ । ଏହି ଟ୍ରେନଗୁଡିକ ପୁଣି ନିୟମିତ ସଂଖ୍ୟାରେ ଚାଲିବ । ଏହା ସହିତ ସ୍ପେଶାଲ ଭଡ଼ା ବଦଳରେ ପୁଣି ନିୟମିତ ଭଡ଼ା ଲାଗୁ ହେବ ।

ତେବେ କୋଭିଡ ସମୟରେ ଚାଲୁଥିବା ସ୍ପେଶାଲ ଟ୍ରେନରେ ଯିବାପାଇଁ ଯାତ୍ରୀମାନେ ୩୦% ଅଧିକ ଭଡା ଦେଉଥିଲେ । କିନ୍ତୁ ବର୍ତ୍ତମାନ ପୁଣି ଟ୍ରେନଗୁଡିକ ନିୟମିତ ନମ୍ବରର ଚଳାଚଳ କରିବା ସହିତ ଭଡ଼ା ଦର ବି ସାମାନ୍ୟ ହୋଇଯିବ ।

ଏହି ନିଷ୍ପତ୍ତି ପରେ ୧୭୦୦ରୁ ଅଧିକ ଟ୍ରେନ୍ ଆଗାମୀ କିଛି ଦିନ ମଧ୍ୟରେ ରେଗୁଲାର ଟ୍ରେନ୍ ଭାବେ କାମ କରିବ । ଏହା ସହ କୁହାଯାଇଛି ଯେ, ସମସ୍ତ ଟ୍ରେନରେ କୋଭିଡ ସହ ଜଡିତ ସତର୍କତା ଓ କଟକଣା ଲାଗୁରହିବ । ଏହା ବ୍ୟତୀତ କୋଭିଡ ପ୍ରୋଟୋକଲ ଯୋଗୁଁ ବର୍ତ୍ତମାନ ସମୟରେ ଯାତ୍ରା ସମୟରେ ଟ୍ରେନରେ କ୍ୟାଟରିଂର ବ୍ୟବସ୍ଥା ଆରମ୍ଭ ହେବ ନାହିଁ । ରେଳବାଇ ଦ୍ୱାରା ଯାତ୍ରୀମାନଙ୍କୁ ଚାଦର ବା କମ୍ବଳ ମଧ୍ୟ ଦିଆଯିବ ନାହିଁ ।

Get real time updates directly on you device, subscribe now.