fbpx

ମମିତା ତାତି: ବିଧାୟିତ ସ୍ନେହାଙ୍ଗିନୀ ଛୁରିଆ ଓ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପଦ୍ମପୁର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ବିଜେପୁର ଯିବାବେଳେ ସ୍ନେହାଙ୍ଗିନୀ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିବା ଜଣାପଡିଛି । ବରଗଡ଼ ଏକାମ୍ର ଛକରେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବା ସୂଚନା ମିଳିଛି ।

ଅନ୍ୟପଟେ ପଦ୍ମପୁରରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ପାଇକମାଳ ଛକରେ ବିଜେପି କର୍ମୀଙ୍କ ପକ୍ଷରୁ ହୋଇଛି ଏହି ଅଣ୍ଡାମାଡ଼ । ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ମନ୍ତ୍ରୀ ଅଣ୍ଡାମାଡ଼ର ଶିକାର ହୋଇଛନ୍ତି ।

ତେବେ ମମିତା ମେହେର ହତ୍ୟା ଘଟଣାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଇ ଆସୁଛି । ଏହା ପୂର୍ବରୁ ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା । ଏହା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ଅନୁରୂପ ଭାବେ ବିରୋଧ କରାଯାଇ ଅଣ୍ଡାମାଡ଼ କରାଯାଇଥିଲା ।

Get real time updates directly on you device, subscribe now.