fbpx

ମୋଦୀ କରିବେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ଉଦଘାଟନ, ଜାଣନ୍ତୁ ଏଥିରେ କଣ ହେବ ଖାସ୍

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ। ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପକୁ ଡିସେମ୍ବର ୧୩ ତାରିଖରେ ଉଦଘାଟନ କରିବେ । ଏହାକୁ ୟୁପି ନିର୍ବାଚନ ପୂର୍ବରୁ ସାରିବାକୁ କୁହାଯାଇଛି । ଡିସେମ୍ବର ୧୦ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ସେମାନେ ଦିନରାତି କାର୍ୟ୍ୟ କରୁଛନ୍ତି। କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ ୪୦୦ ଅତିରିକ୍ତ ଶ୍ରମିକଙ୍କୁ ଅଣାଯାଇଛି।

ବହୁରାଷ୍ଟ୍ରୀୟ କମ୍ପାନୀ ଏର୍ନଷ୍ଟ ଆଣ୍ଡ ୟଙ୍ଗକୁ ଅପରେସନାଲ୍ ପ୍ଲାନିଂ ପାଇଁ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନିର୍ବାଚନମଣ୍ଡଳୀରେ ରହିଥିବାରୁ ଏହି ପ୍ରକଳ୍ପକୁ ୟୁପି ନିର୍ବାଚନ ପାଇଁ ବିଜେପିର ପ୍ରାଥମିକ ତାଲିକାରେ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ବାରଣାସୀରେ ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର କେବେ ନିର୍ମାଣ ହେବାକୁ ନେଇ ବିରୋଧୀ ମାନେ ଟାର୍ଗେଟ କରିବାରେ ଲାଗିଛନ୍ତି । ହେଲେ ଏବେ ରାମ ମନ୍ଦିର ମଧ୍ୟ ନିର୍ମାଣ ହେବ ଓ କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପ ମଧ୍ୟ ପ୍ରସ୍ତୁତ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହାରେ ନିଜର ସଂସଦୀୟ କ୍ଷେତ୍ରରେ ୪୦୦ କୋଟି ଟଙ୍କାରେ ପ୍ରକଳ୍ପ ଆରମ୍ଭ କରିଥିଲେ । ଏହାର ଲକ୍ଷ୍ୟ ହେଲା ପିପିପି ମଡେଲ ଅଧୀନରେ ମନ୍ଦିର ପରିସରରେ ନୂତନ ସୁବିଧାମାନ ଉପଲବ୍ଧ କରାଇବା । ଏଥିସହିତ ମନ୍ଦିର ପରିସରକୁ ସିଧାସଳଖ ଲଳିତା ଘାଟ ସହିତ ଯୋଡ଼ିବା ମଧ୍ୟ ଏହାର ପ୍ରମୁଖ ଲକ୍ଷ୍ୟ ବୋଲି ଜଣାପଡ଼ିଛି । ମନ୍ଦିର ପରିସରରେ ଲୋକଙ୍କ ଯାତାୟାତ କୁ ସୁଗମ କରିବା ନେଇ ମଧ୍ୟ ସୁବିଧା କରାଯାଉଛି । ସବୁକିଛି ଏହି ପ୍ରକଳ୍ପର ଅଧୀନରେ ରହିଥିବା ଜଣାପଡ଼ିଛି । ଏହି କରିଡର୍ କାମ ମଧ୍ୟରେ ମନ୍ଦିର ପରିସରରୁ ଅନେକ ଛୋଟ ଛୋଟ ମନ୍ଦିର ରହିଛି । ଯେଉଁସବୁକୁ ସଂରକ୍ଷିତ କରାଯାଇଛି ।

ଏହି ପ୍ରକଳ୍ପରେ ତୀର୍ଥଯାତ୍ରୀଙ୍କୁ ସୁବିଧା କେନ୍ଦ୍ର, ଗେଷ୍ଟହାଉସ୍, ଧର୍ମଶାଳା, ପୁସ୍ତକାଳୟ ଓ ସଂଗ୍ରହାଳୟ ଭଳି ସୁବିଧା ଦିଆଯିବ । ଏହା ବ୍ୟତୀତ ବଡ଼ ଧରଣର ସାମୁହିକ ଶୌଚାଳୟ, ଶ୍ରଦ୍ଧାଳୁଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜରୁରୀକାଳୀନ ବ୍ୟବସ୍ଥା କରାଯିବା ନେଇ ଯୋଜନା ହୋଇଛି । ପରିସର ଭିତରେ ଗଙ୍ଗା, କାଫେ, ତିନି ମହଲା ବିଶିଷ୍ଠ ଏମ୍ପୋରିୟମ୍ ସ୍ପେସ୍, ଫୁଡ୍ କୋର୍ଟ, ଭିଆଇପି ଗେଷ୍ଟ ହାଉସ୍ , ବୈଦିକ କେନ୍ଦ୍ର, ଭୋଗଶାଳା ଆଦି ସାମିଲ ରହିଛି ।

 

Get real time updates directly on you device, subscribe now.