fbpx

IGNOU TEE 2022: ଆସାଇନମେଣ୍ଟ ଜମା କରିବା ପାଇଁ ବଢ଼ିଲା ଶେଷ ତାରିଖ, ଜାଣନ୍ତୁ କେବେ

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଟର୍ମ ଏଣ୍ଡ ପରୀକ୍ଷା ଟିଇଇ ଜୁନ୍ ୨୦୨୨ ଦେବାକୁ ଥିବା ଆଶାୟୀଙ୍କ ଆସାଇନମେଣ୍ଟ ଜମା କରିବା ପାଇଁ ଶେଷ ତାରିଖ ବଢ଼ାଇଛି । ଇଗ୍ନୁ ଟିଇଇ ଜୁନ ୨୦୨୨ ଆସାଇନମେଣ୍ଟ ଜମା କରିବା ପାଇଁ ଶେଷ ତାରିଖକୁ ୩୧ ମେ ପର୍ଯ୍ୟନ୍ତ ବଢ଼ାଯାଇଛି ।

ବିଶ୍ୱବିଦ୍ୟାଳୟ ନିଜର ୱେବସାଇଟ ignou.ac.in ସହ ଇଗ୍ନୁର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ନୋଟିସ ଜାରି କରିଛି । ପୂର୍ବରୁ ଆସାଇନମେଣ୍ଟ ଜମା କରିବା ପାଇଁ ଶେଷ ତାରିଖ ୧୫ ମେ ୨୦୨୨ ରହିଥିଲା ଏବଂ ତା’ ପୂର୍ବରୁ ୧୯ ଏପ୍ରିଲ ରହିଥିଲା ।

ଏହିଭଳି ଡିସେମ୍ବର ୨୦୨୧ ସେଶନରେ ମଧ୍ୟ ଆସାଇନମେଣ୍ଟ ଜମା କରିବା ପାଇଁ ଲାଷ୍ଟ ଡେଟକୁ ଘୁଞ୍ଚାଯାଇଥିଲା । ଡିସେମ୍ବର ୨୦୨୧ ଟିଇଇ ପରୀକ୍ଷା ପାଇଁ ଆସାଇନମେଣ୍ଟ ଜମା କରିବା ତାରିଖ ଏପ୍ରିଲ ୧୯ ରୁ ୩୦ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ଆଶାୟୀ ନିଜର ଆସାଇନମେଣ୍ଟ ଫିଜିକାଲ ଏବଂ ଅନଲାଇନ ଦୁଇ ପ୍ରକାର ଜମା କରିପାରିବେ ।

Get real time updates directly on you device, subscribe now.