fbpx

ଆଇଆଇଟି-ଜେଇଇ ମେନ ରେଜଲ୍ଟ: ଓଡ଼ିଶା ଟପ୍ପର ହେଲେ ଗୌତମ

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ୯୯.୯ ସ୍କୋର କରି ଗୌତମ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପ୍ରକାଶ ପାଇଥିବା ଏହି ରେଜଲ୍ଟ ଅନୁଯାୟୀ ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପରୀକ୍ଷା ମୋଟ ୬.୫୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ । ଶତପ୍ରତିଶତ ସ୍କୋର କରିଥିବା ପରୀକ୍ଷାର୍ଥୀମାନେ ହେଲେ- ଦିଲ୍ଲୀର ପ୍ରଭାକର କଟାରିଆ ଓ ରଞ୍ଜିମ ପ୍ରବଳ ଦାସ, ଗୁଜୁରାଟର ଅନନ୍ତ କ୍ରିଷ୍ଣ କିଡାମ୍ବି, ରାଜସ୍ଥାନର ସଙ୍କେତ ଝା, ଛତିଶଗଡ଼ର ଗୁରମୂର୍ତ୍ତି ସିଂ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ । ସୂଚନାଯୋଗ୍ୟ ଯେ, ବିଇ ଓ ବିଟେକ୍ ପାଇଁ ଗତ ଜାନୁଆରୀ ମାସ ୨୪ରୁ ୨୬ ତାରିଖ ମଧ୍ୟରେ ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଥିଲା ।

Get real time updates directly on you device, subscribe now.