fbpx

ISISରେ ସାମିଲ ହେବା ନେଇ ଇ-ମେଲ ଲେଖିଲେ IIT ଛାତ୍ର, ଅଧା ରାସ୍ତାରେ କାବୁ କଲା ପୋଲିସ

ଦିସପୁର: ନିକଟରେ ଆସାମରେ IIT ଇଣ୍ଡିଆ ମୁଖ୍ୟ ହରିଶ ଫାରୁକିଙ୍କୁ ଗିରଫ କରିବା ପରେ ପୋଲିସ ଟିମ୍ ଏବଂ ଏଜେନ୍ସିମାନେ ସତର୍କ ଅଛନ୍ତି । ଏଥିମଧ୍ୟରେ ଆସାମ ପୋଲିସକୁ ମିଳିଛି ଆଉ ଏକ ସଫଳତା । IIT ଗୁଆହାଟିର ଜଣେ ଛାତ୍ର ISISରେ ସାମିଲ ହେବାକୁ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିବା ଘଟଣା ସାମ୍ନାକୁ ଆସିଛି ।

ଆସାମ ପୋଲିସ ମହାନିର୍ଦ୍ଦେଶକଙ୍କ କହିବାନୁଯାୟୀ ISIS ପ୍ରତି ନିଷ୍ଠା ରଖି ସାମିଲ ହେବାକୁ ଥିବା IIT ଗୁଆହାଟିର ଜଣେ ଛାତ୍ରଙ୍କୁ ଶନିବାର ଅଟକ ରଖାଯାଇଥିଲା । ଏହା ବିରୋଧରେ ଅଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅତିରିକ୍ତ ପୋଲିସ ଅଧିକ୍ଷକ(STF ) କଲ୍ୟାଣ କୁମାର ପାଠକଙ୍କ କହିବାନୁଯାୟୀ ଉକ୍ତ ଛାତ୍ର ଠାରୁ ଏକ ଇମେଲ ପ୍ରାପ୍ତ ହେବା ପରେ ଏହାର ସତ୍ୟତାକୁ ନିଶ୍ଚିତ କରିବା ପାଇଁ ତଦନ୍ତ ଆରମ୍ଭ କରିଛୁ । ଛାତ୍ର ଜଣଙ୍କ ISISରେ ସାମିଲ ଯୋଗ ଦେବାକୁ ଯାଉଛନ୍ତି ବୋଲି ଇମେଲରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନେଇ IIT ଗୁଆହାଟିର ଅଧିକାରୀଙ୍କ ତୁରନ୍ତ ସୂଚିତ କରାଯାଇଥିଲା ଯେ ସେହି ଛାତ୍ର ଜଣଙ୍କ ନିଖୋଜ ଅଛନ୍ତି ଏବଂ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସୁଛି । ଏହା ପରେ STF  ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଏହି ଛାତ୍ର ଜଣଙ୍କୁ ଗୁଆହାଟିରୁ ୩୦ କିମି ଦୂର ହାଜୋ ଅଞ୍ଚଳରୁ ଠାବ କରି କାବୁ କରାଯାଇଥିଲା । ତେବେ ଏହି ଛାତ୍ର ଜଣଙ୍କ ଦିଲ୍ଲୀର ଓଖଲା ନିବାସୀ ବୋଲି ଜଣାପଡ଼ିଛି । ସେ ୪ର୍ଥ ବର୍ଷର ଛାତ୍ର । ପ୍ରାଥମିକ ପଚରାଉଚରା ପରେ ସେହି ଛାତ୍ର ଜଣଙ୍କୁ ଅଫିସ୍ ନିଆଯାଇଥିଲା । ତେବେ ଉକ୍ତ ଛାତ୍ରର ହଷ୍ଟେଲ ରୁମରୁ ଏକ କଳା ପତାକା ସହ ଅନ୍ୟାନ୍ୟ ସନ୍ଦିଗ୍ଦ ଜିନିଷ ଜବତ କରାଯାଇଛି । ଆସାମ ପୋଲିସ ଦ୍ୱାରା ଅଧିକ ତଦନ୍ତ ଜାରି ରହିଛି ।

 

Get real time updates directly on you device, subscribe now.