fbpx

ସାବଧାନ୍! ହୋଲି ପାଇଁ ଟ୍ରାଫିକ ପୋଲିସର ‘ସତର୍କବାଣୀ’: ରାସ୍ତାରେ କରନ୍ତୁନି ଏହି ଭୁଲ

ନୂଆଦିଲ୍ଲୀ: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲିର ଆଗମନରେ ସାରା ଦେଶରେ ଏବେ ଖୁସିର ଲହରୀ ଖେଳିଯାଇଛି । କିନ୍ତୁ ଏହି ଗଣପର୍ବ ପୂର୍ବରୁ ଟ୍ରାଫିକ ପୋଲିସ ତରଫରୁ ଜାରି ହୋଇଛି ଆଡଭାଇଜରୀ । ସାମାନ୍ୟ ଭୁଲ କଲେ ଆପଣଙ୍କ ଉପରେ ନିଆଯାଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ । ତେଣୁ ଗାଡ଼ିଚାଳକମାନଙ୍କ ପାଇଁ ହୋଲି ପୂର୍ବରୁ ସତର୍କ ରହିବାକୁ ଏହି ଆଡଭାଇଜରୀରେ କୁହାଯାଇଛି । ଟ୍ରାଫିକ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବ ଟ୍ରାଫିକ ପୋଲିସ । ଏଥିପାଇଁ ସହରର ବିଭିନ୍ନ ଛକରେ ବିଶେଷ ଟିମ ନିୟୋଜିତ କରାଯାଇଛି ।

ହୋଲିରେ ପଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଅନେକ ଲୋକ ଗାଡ଼ିଚାଳନା କରିଥାନ୍ତି । ତେବେ ଏତର ଏଭଳି ଗତିବିଧିକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ପ୍ରସ୍ତୁତ ହୋଇଛି । ରାସ୍ତାରେ ଉତ୍ପାତ କରୁଥିବା ଅମାନିଆ ଗାଡ଼ିଚାଳକମାନଙ୍କୁ ସାବାଡ କରିବା ପାଇଁ ଟ୍ରାପିକ ପୋଲିସ ତରଫରୁ ଆଡଭାଇଜରୀ ଜାରି କରାଯାଇଛି । ତେବେ ନିଶାଶକ୍ତ ଅବସ୍ଥାରେ କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଅମାନିଆଙ୍କୁ ଜଗିବା ପାଇଁ ଦିଲ୍ଲୀର ପ୍ରମୁଖ ଛକରେ ବିଶେଷ ଟିମ ନିୟୋଜିତ ହୋଇଛନ୍ତି । ଏଥିରେ କୁହାଯାଇଛି ଯେ, ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପାଇଁ ମଦ ପିଇ ଗାଡ଼ି ଚଳାଇବା, ଓଭର ସ୍ପିଡ, ଜିଗ୍-ଜାଗ୍ ଡ୍ରାଇଭିଙ୍ଗ, ରେଡ ଲାଇଟ ଜମ୍ପିଙ୍ଗ, ଟ୍ରପିଲ ରାଇଡିଙ୍ଗ, ବିନା ହେଲମେଟରେ ଗାଡ଼ି ଚଳାଇବା, ଗାଡ଼ିରେ ଷ୍ଟଣ୍ଟ ମାରିବା, ବିପଦପୂର୍ଣ୍ଣ ଗାଡ଼ି ଚାଳନା ଇତ୍ୟାଦି ଉପରେ ରୋକିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଏହାସହିତ ନାବାଳକଙ୍କୁ ଗାଡ଼ି ଚଳାଇବା ପାଇଁ ନ ଦେବାକୁ ମଧ୍ୟ ଏଥିରେ ଅପିଲ କରାଯାଇଛି ।

ସୁପ୍ରିମକୋର୍ଟଙଙ୍କ ନିର୍ଦ୍ଦେଶ ଅନୁସାରେ, ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ଓଭରସ୍ପିଡ, ଡ୍ରାଇଭିଙ୍ଗ ବେଳେ ମୋବାଇଲ ବ୍ୟବହାର ଏବଂ ରେଡ ଲାଇଟ ଜମ୍ପ କରିବା ଇତ୍ୟାଦି ଗାଡ଼ିଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ କରାଯିବ । ଏହାବ୍ୟତୀତ ଅତି କମରେ ୩ ମାସ ଜେଲ ହେବା ସହ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେହିରି ଯଦି ନାବାଳକ ବା ଅଯୋଗ୍ୟବ୍ୟକ୍ତି ଗାଡ଼ି ଚଳାଉଥିବାର ନଜର ଆସନ୍ତି, ତେବେ ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.