fbpx
BJD SKY
BJD SKY

ମଦ ଏବଂ ଭାଙ୍ଗ ସେବନକାରୀଙ୍କ ପାଇଁ ବଡ଼ ଖବର: ହୋଲିରେ ଏହି ସବୁ ବିକ୍ରିକୁ ନେଇ ଜାରି ହେଲା କଟକଣା

BJD

ନୂଆଦିଲ୍ଲୀ: ହୋଲି ଅବସରରେ ଅନେକ ଲୋକ ମଦ, ବିୟର, ତାଡି ଏବଂ ଭାଙ୍ଗର ସେବନ କରନ୍ତି । ହେଲେ ଲକ୍ଷ୍ନୌର ଡିଏମ ହୋଲି ଅବସରରେ ଶାନ୍ତି ସୁରକ୍ଷା ପାଇଁ ବଡ଼ ଘୋଷଣା କରିଛନ୍ତି । ଲକ୍ଷ୍ନୌରେ ୨୫ ମାର୍ଚ୍ଚରେ ହୋଲି ଅବସରରେ ମଦ ଦୋକାନ ବନ୍ଦ ରହିବ ।

ଏହି ମାମଲାକୁ ନେଇ ଲକ୍ଷ୍ନୌର ଡିଏମ ସୂର୍ଯ୍ୟପାଲ ଗଙ୍ଗବର ଆଦେଶ ଦେଇଥିବା ଖବର ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ରାଜଧାନୀରେ ୨୫ ମାର୍ଚ୍ଚରେ ହୋଲି ଅବସରରେ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି । ମଦ, ବିୟର, ଡାଡି ଏବଂ ଭାଙ୍ଗର ସମସ୍ତ ଦୋକାନ ବନ୍ଦ ରହିବ । ତେବେ ୨୯ ମାର୍ଚ୍ଚରେ ଗୁଡ୍ ଫ୍ରାଇ ଡେ, ୨୧ ଏପ୍ରିଲରେ ରାମ ନବମୀ ଏବଂ ୨୫ ଏପ୍ରିଲରେ ମହାବୀରଙ୍କ ଜୟନ୍ତି ଥିବାରୁ ସମସ୍ତ ମଦ ଦୋକାନ ବନ୍ଦ ରହିବ ।

ଅବକାରୀ ବିଭାଗ ମଦ ଦୋକାନ ଉପରେ କଡ଼ା ନଜର ରଖିବ । ଯଦି କୌଣସି ଦୋକାନୀ ନିୟମକୁ ଉଲ୍ଲଘଂନ କରିବ ତେବେ ତାଙ୍କ ଲାଇସେନ୍ସ ରଦ୍ଧ କରାଯିବ । ସରକାରଙ୍କ ନିୟମକୁ ଧ୍ୟାନରେ ରଖି ମଦ ବିଳାସୀମାନେ ହୋଲି ପୂର୍ବରୁ ଷ୍ଟକ ଜମା କରିବା ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ପୋଲିସ ଅଧିକାରୀମାନଙ୍କୁ ହାଇ ଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.