fbpx

ଆଜି ଜାରି ହେବ ବିଜେପିର ୪ର୍ଥ ତାଲିକା! ଓଡ଼ିଶାରେ ଏହିମାନଙ୍କୁ ଦିଆଯାଇପାରେ ଟିକେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀଙ୍କ ୪ର୍ଥ ତାଲିକା ଆଜି ଆସିପାରେ । ଏହି ତାଲିକା ଦ୍ୱିପ୍ରହରରେ ଆସିବାର ସମ୍ଭାବନା ରହିଛି । ଯେଉଁଥିରେ ପାଞ୍ଚଟି ରାଜ୍ୟ ଯଥା ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ରାଜସ୍ଥାନ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ପ୍ରାର୍ଥୀଙ୍କ ନାମ ଜାରି କରାଯାଇ ପାରେ । ଏହି ସୂଚୀକୁ ନେଇ ଶନିବାର ରାତିରେ ୩ ଘଣ୍ଟା ପର୍ଯ୍ୟନ୍ତ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ଚାଲିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିର ଚତୁର୍ଥ ତାଲିକାରେ ସାମିଲ କରାଯିବା ନାମ ଉପରେ ଚର୍ଚ୍ଚା ହୋଇଥିଲା । ପାର୍ଟୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଶେଷ ୨୪ ସିଟରୁ ୧୦ଟି ସିଟ ପାଇଁ ନାମ ଫାଇନାଲ କରାଯାଇଛି । ସହାରନପୁରରୁ ରାଘବ ଲଖନପାଲ ଏବଂ ମୁରାଦାବାଦରୁ କୁମ୍ବର ସର୍ବେଶ ସିଂହ ପ୍ରାର୍ଥୀ ହୋଇପାରନ୍ତି ।

ସୂତ୍ର ମୁତାବକ ମିଟିଙ୍ଗରେ ଓଡ଼ିଶାର ୨୧ଟି ସିଟ ପାଇଁ ପ୍ରାର୍ଥୀଙ୍କ ନାମକୁ ନେଇ ବିଚାର କରାଯାଇଛି । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ଟିକେଟ ଦିଆଯିବ । ଏହା ମଧ୍ୟ କୁହାଯାଇଛି ଯେ, ଦୁଇ ସିଟିଙ୍ଗ ସାଂସଦଙ୍କୁ ହଟାଇ ଦିଆଯାଇପାରେ ।

ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ କହିଛନ୍ତି ଯେ, ସିଇସି ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ସିଟ ଏବଂ ୧୪୭ ବିଧାନସଭା ସିଟ ପାଇଁ ପ୍ରାର୍ଥୀଙ୍କ ନାମକୁ ନେଇ ଚର୍ଚ୍ଚା କରିଛନ୍ତି । ଓଡ଼ିଶାରେ ବିଜେପି ଏବଂ ବିଜୁ ଜନତା ଦଳ ମଧ୍ୟରେ ନିର୍ବାଚନ ପୂର୍ବ ମେଣ୍ଟ କରିବାକୁ ନେଇ ସହମତି ପ୍ରକାଶ ନ ପାଇଥିବା କାରଣରୁ ଏହି ଚର୍ଚ୍ଚା ହୋଇଛି ।

Get real time updates directly on you device, subscribe now.