fbpx

Live Matchରେ ଅମ୍ପାୟାରଙ୍କ ସହ ଘଟିଗଲା ଏମିତି… ରାହୁଲଙ୍କ ମାଡ଼ରେ ଘାଇଲା ହେଲେ Umpire

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ଦ୍ୱିତୀୟ ଦିନରେ ୨ଟି ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ମାତ୍ ଦେଇ ପଞ୍ଜାବ ରୋମାଞ୍ଚକର ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ପରାସ୍ତ କରିଛି କେଲକାତା । କିନ୍ତୁ ହାଇଦ୍ରାବାଦ-କୋଲକାତା ମଧ୍ୟରେ ଏହି ମ୍ୟାଚରେ ଖୁବ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଆନ୍ଦ୍ରେ ରସେଲ ଏବଂ ହେନରିକ କ୍ଳାସେନଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟପ୍ରେମୀଙ୍କ ଉତ୍ସାହକୁ ବଢାଇ ଦେଇଥିଲା । କିନ୍ତୁ ମ୍ୟାଚରେ ଏହି ରୋମାଞ୍ଚକର ମ୍ୟାଚରେ ଘଟି ଯାଇଛି ଆଉ ଏକ ବଡ଼ ଅଘଟଣ । ହାଇଦ୍ରାବାଦର ଷ୍ଟାର ବ୍ୟାଟର ରାହୁଲ ତ୍ରିପାଠୀଙ୍କ ମାଡ଼ରେ ଅମ୍ପାୟାର ଆହତ ହୋଇଥିବା ଦେଖାଯାଇଥିଲା ।

ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ଇନିଂସ ପରେ ହାଇଦ୍ରାବାଦ ଇନିଂସରେ ଆହତ ହୋଇଛନ୍ତି ଅମ୍ପାୟାର ଯଶୋବନ୍ତ ବରଡେ । ସନରାଇଜର୍ସ ଇନିଂସର ଦଶମ ଓଭରରେ ସ୍ପିନର ସୁୟଶ ଶର୍ମାଙ୍କ ଶେଷ ବଲରେ ରାହୁଲ ତ୍ରିପାଠୀଏକ ଜୋରଦାର ଶଟ୍ ଖେଳିଛନ୍ତି । ଏହି ଶଟ୍ ସିଧା ବୋଲରଙ୍କ ଆଡ଼କୁ ଯାଇଥିଲା, ଯାହାକୁ କ୍ୟାଚ ନେବାର ସୁଯୋଗ ଥିଲା । କିନ୍ତୁ ଗୋରଦାର ଶଟ୍ ପାଇଁ ସୁୟଶ ଏହାକୁ ଦରିବାରେ ସଫଳ ହୋଇପାରି ନଥିଲେ । ଫଳରେ ବଲ ତାଙ୍କ ହାତରେ ବାଜିବା ପରେ ସିଧା ଯାଇ ଅମ୍ପାୟାର ଯଶୋବନ୍ତଙ୍କ ବାମ ଆଣ୍ଠୁରେ ଲାଗିଛି । ବଲ ବାଜିବା ପରେ ଗୋଡ଼ରେ ଖୁବ ଯନ୍ତ୍ରଣା ଅନୁଭବ କରିଥିଲେ ଯଶୋବନ୍ତ । ଏହାପରେ ମେଡିକାଲ ଟିମ ସେଠାରେ ପହଞ୍ଚି ଆଘାତ ଯାଞ୍ଚ କରିବା ସହ ଗୋଡ଼ରେ ‘ମ୍ୟାଜିକ ସ୍ପ୍ରେ’ ଲଗାଇଥିଲେ । ତେବେ କିଛି ସମୟ ପରେ ଯଶୋବନ୍ତ ସୁସ୍ଥ ହେବା ପରେ ପୁଣିଥରେ ମ୍ୟାଚ ଆରମ୍ଭ ହୋଇଛି ।

ଏହି ମ୍ୟାଚରେ ଦୁଇ ଜଣ ବିଦେଶୀ କେଳାଳିଙ୍କ ଦମଦାର ବ୍ୟାଟିଂ ଦେକାଯାଇଛି । ପ୍ରଥମେ ବ୍ୟାଟିଂ କରି କୋଲକାତାର ଆନ୍ଦ୍ରେ ରସେଲ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ୭ଟି ଛକା ୩ଟି ଚୌକା ସହ ମାତ୍ର ୨୫ ବଲରୁ ୬୪ ରନ୍ କରି ହାଇଦ୍ରାବାଦକୁ ୨୦୯ ରନର ବିରାଟ ଲକ୍ଷ୍ୟ ଦେଇଥିଲେ ରସେଲ । ତେବେ ହାଇଦ୍ରାବାଦ ତରଫରୁ ହେନରିକ କ୍ଲାସେନ ୮ଟି ଛକା ସହିତ ୨୯ ବଲରୁ ୬୩ ରନ୍ କରି ଦଳକୁ ବିଜୟର ଖୁବ ନିକଟତର କରାଇଥିଲେ । ତେବେ ଶେଷରେ ମ୍ୟାଚ ଫିନିଶ କରି ନ ପାରିବାରୁ ବିଜୟ ହାତଛଡ଼ା କରିଛି ସନରାଇଜର୍ସ ହାଇଦ୍ରାବାଦ ।

Get real time updates directly on you device, subscribe now.