fbpx

ଭେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖଣି, ୨୦ରୁ ଉର୍ଦ୍ଧ୍ୱ ମୃତ, ୧୧ ଆହତ

ଭେନେଜୁଏଲା: ଦକ୍ଷିଣ ଆମେରିକାର ମହାଦ୍ୱୀପ ସ୍ଥିତ ଭେନେଜୁଏଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟ ଭେନେଜୁଏଲାରେ ବେଆଇନ୍ ସୁନା ଖଣି ହଠାତ ଭୁଶୁଡ଼ି ପଡ଼ିଛି । ଫଳରେ ୨୦ରୁ ଉର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏବେବି କିଛି ଶ୍ରମିକ ଖଣି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାରୁ ପ୍ରକାଶ ମଙ୍ଗଳବାର ବୋଲେିୱର ରାଜ୍ୟରେ ‘ବୁଲ୍ଲା ଲୋକା’ ଖଣିରେ କାନ୍ଥ ଭୁଶୁଡ଼ିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ସେହି ସମୟରେ ଖଣିରେ ପ୍ରାୟ ୨୦୦ ଶ୍ରମିକ କାର୍ଯ୍ୟ କରୁଥିଲେ । ଏହି ଖଣି ଏକ ଦୁର୍ଗମ ଅଂଚଳରେ ସ୍ଥିତ ଯେଉଁଠାରେ ପହଞ୍ଚିବା ପାଇଁ ଡଙ୍ଗା ଯାତ୍ରା କରିବାକୁ ପଡ଼ିଥାଏ । ଏଥିପାଇଁ ପାଖାପାଖି ୧ ଘଣ୍ଟା ସମୟ ଲାଗିଥାଏ । ତେବେ ସମସ୍ତ ଆହତମାନଙ୍କୁ ବୋଲିୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତ ଆହତମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବଂ ଶବ ଗୁଡ଼ିକୁ ବାହାର କରିବା ପାଇଁ ବିମାନ ସେବା ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି ।
୨୦୧୬ରେ ଭେନେଜୁଏଲା ସରକାର ଦେଶର ମଧ୍ୟ ଭାଗରେ ଏକ ବିଶାଳ ଖଣି ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେବେ ଠାରୁ ସୁନା, ହୀରା, ତମ୍ବା ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ପାଇଁ ସେହି ଜୋନ୍ ଭିତରେ ଏବଂ ବାହାରେ ଖଣି କାର୍ଯ୍ୟ ବୃଦ୍ଧି ପାଇଥିଲା । କିନ୍ତୁ ଭେନେଜୁଏଲା ସରକାରଙ୍କ ବିରୋଧରେ ଅନେକ ଖଣି ବେଆଇନ୍ ଭାବେ କାର୍ଯ୍ୟ କରିଥାନ୍ତି । ଭେନେଜୁଏଲାବାସୀଙ୍କୁ ପ୍ରଲୋଭିତ କରି ଚାକିରି ଯୋଗାଇଥାନ୍ତି କିନ୍ତୁ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ଅଟେ ।

Get real time updates directly on you device, subscribe now.