ଓଡ଼ିଶା ଭାସ୍କର: ଭାମ୍ପାୟାର, ଏହି ନାଁ ଶୁଣିଲେ ହିଁ ମନରେ ଭୟ ସୃଷ୍ଟି ହେଉଛି । କାରଣ ଅନେକ ଫିଲ୍ମ ବା କାହାଣୀରେ ଏଭଳି ଚରିତ୍ରକୁ ଭୟଙ୍କର ଭାବରେ ଉପସ୍ଥାପନ କରାଯାଇଛି । କିନ୍ତୁ ଏ ତ ଥିଲା କାହାଣୀ, ଅସଲ ଜୀବନରେ ମଧ୍ୟ ଭାମ୍ପାୟାର ଥାନ୍ତି ବୋଲି ଆପଣ ଜାଣିଛନ୍ତି କି? ଆମେରିକାର ଏମିତି ଜଣେ ମହିଳା, ଯିଏ ନିଜକୁ ରିୟଲ ଲାଇଫ ଭାମ୍ପାୟାର ବୋଲି ଦାବି କରୁଛନ୍ତି । ତାଙ୍କର ରୂପ ଏବଂ ଚେହେରା ସମ୍ପୂର୍ଣ୍ଣ ଭାବରେ ଜଣେ ଭାମ୍ପାୟାର ବା ପିଶାଚ ପରି ମଧ୍ୟ ଦେଖାଯାଇଛି । କେବଳ ସେତିକି ନୁହେଁ, ଭାମ୍ପାୟାର ଚରିତ୍ରରେ ଅନୁଭବ କରୁଥିବା ସମସ୍ତ ଲକ୍ଷଣ ମଧ୍ୟ ସେ ଅନୁଭବ କରୁଥିବା କହିଛନ୍ତି । ତାଙ୍କ ବିବାହ ପରେ ଏହି ମାମଲା ଆହୁରି ଚର୍ଚ୍ଚାକୁ ଆସିଛି ।
ହେଲି ନାମକ ଜଣେ ଆମେରିକୀୟ ମହିଳା ଜିନଙ୍କୁ ବିବାହ କରିଛନ୍ତି । କିନ୍ତୁ ହେଲିଙ୍କ ବିଷୟରେ ଜିନଙ୍କ ବନ୍ଧୁମାନେ ଜାଣିବା ପରେ ସମ୍ପର୍କରୁ ଦୂରେଇ ଯାଇଛନ୍ତି । କିନ୍ତୁ ବତ୍ତମାନ ଯାଏ ହେଲିଙ୍କ ହାତ ଛାଡ଼ି ନାହାନ୍ତି ସ୍ୱାମୀ ଜିନ୍ । ଟିକଟକ ଜରିଆରେ ଜିନ୍ ପୂର୍ବରୁ ଜାଣିଥିଲେ ଯେ, ହେଲି ଜଣେ ରିୟଲ ଲାଇଫ ଭାମ୍ପାୟାର । ହେଲିଙ୍କ ଶରୀରରେ ଭାମ୍ପାୟାର ଭଳି କିଛି ଲକ୍ଷଣ ଥିବା ସେ ନିଜେ ପ୍ରକାଶ କରିଛନ୍ତି । ଟିଭି ବା କାହାଣୀରେ ଭାମ୍ପାୟାରକୁ ଯେପରି ଦର୍ଶାଯାଇଥାଏ, ହେଲିଙ୍କ ଶରୀରର ଗଢଣୀ ମଧ୍ୟ ଠିକ୍ ସେହିପରି ବୋଲି ସେ ନିଜେ ଦାବି କରୁଛନ୍ତି । ହେଲିଙ୍କର ୨ଟି ଦାନ୍ତ ଭାମ୍ପାୟାର ଭଳି ବଡ଼ ଏବଂ ବାହାରକୁ ବାହାରିଛି । ଏହାବ୍ୟତୀତ ଖରା ପଡ଼ିଲେ ଭାମ୍ପାୟାର ଭଳି ହେଲି ମଧ୍ୟ ଦୁର୍ବଳ ଅନୁଭବ କରନ୍ତି । ତେଣୁ ଶକ୍ତି ଆବଶ୍ୟକ ପଡ଼ିଲେ ସେ ସ୍ୱାମୀ ଜିନଙ୍କ ପାଖରୁ ଶକ୍ତି ନିଅନ୍ତି ବୋଲି କହିଛନ୍ତି ।
View this post on Instagram
ତେବେ ଭାମ୍ପାୟାର ଏବଂ ହେଲିଙ୍କ ମଧ୍ୟରେ ଏକ ବଡ଼ ଫରକ ମଧ୍ୟ ରହିଛି । ହେଲି କାହାଣୀର ଭାମ୍ପାୟାର ଭଳି ରକ୍ତ ପିଅନ୍ତି ନାହିଁ । କିନ୍ତୁ ରକ୍ତବର୍ଣ୍ଣର ସସ୍ ଖାଇବାକୁ ସେ ଖୁବ ପସନ୍ଦ କରିଥାନ୍ତି । ଏହି ଦୁଇ ଦମ୍ପତିଙ୍କ କାହାଣୀ ବର୍ତ୍ତମାନ ଏକ ୟୁଟ୍ୟୁବ ଚ୍ୟାନେଲରେ ସେୟାର ହୋଇଛି । ଏହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ପତ୍ନୀଙ୍କୁ ନେଇ ଜିନ୍ କହିଛନ୍ତି ଯେ, ହେଲି ନିଜ ଭାମ୍ପାୟାର ଲୁକକୁ ନେଇ ଖୁବ ସିରିୟସ ଥାଆନ୍ତି । ଅନଲାଇନରେ ଭାଇରାଲ ହେବା ପାଇଁ ସେ ନିଜକୁ ଭାମ୍ପାୟାର ବୋଲି କହୁନାହାନ୍ତି, ବରଂ ହେଲି ନିଜେ ଅସଲ ଜୀବନରେ ମଧ୍ୟ ଜଣେ ପିଶାଚ ବୋଲି ଅନୁଭବ କରୁଛନ୍ତି ।
View this post on Instagram