ଭୁବବେଶ୍ୱର : ରାଜ୍ୟରେ ଧିରେ ଧିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଲାଣି । ରାଜଧାନୀକୁ ନାଲି ଆଖି ଦେଖାଇଲାଣି ଡେଙ୍ଗୁ । ଏଠାରେ ଦିନକୁ ଦିନ ଜଟିଳ ହେଉଛି ପରିସ୍ଥିତି । ବର୍ତ୍ତମାନ ସୁଧା ରାଜ୍ୟରେ ୧୮୫ଜଣ ଏହି ରୋଗରେ ଚିହ୍ନଟ ହୋଇଛନ୍ତି । ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଆକ୍ରନ୍ତ ସଂଖ୍ୟା ବଢି ପାରେ ବୋଲି ଆଶଙ୍କା ରହିଛି ।
ପ୍ରତ୍ୟେକ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମାନରେ ଡେଙ୍ଗୁର ପ୍ରଭାବ ଅଧିକ ରହିଥାଏ । ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୧,୪୪୬ ନମୁନା ପରୀକ୍ଷା କରିଥିବା ବେଳେ ସେଥିରେ ୧୮୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୧୮୫ ରୋଗିଙ୍କ ମଧ୍ୟରୁ ପ୍ରାୟ ୯୬ଜଣ ରୋଗୀ ଖୋର୍ଦ୍ଧାର ବୋଲି ଚିହ୍ନଟ ହୋଇଥିବା ବରଳେ ଭୁବନେଶ୍ୱରରୁ ୩୬ ରୋଗି ଚିହ୍ନଟ ହୋଇଛନ୍ତି । ଏନେଇ ଚିନ୍ତାରେ ପଡିଛନ୍ତି ବିଏମସି ଅଧିକାରୀ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଭୁବନେଶ୍ୱରର ନୟାପଲ୍ଲୀ, ସହିଦ ନଗର, ଭୀମଟାଙ୍କୀ ଆଦି କିଛିଟା ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାରେ ଏସଓପି ଜାରି କରାଯାଇଛି । ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି ଏବଂ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବାରୁ ମୁକାବୁଲା ପାଇଁ ସଫେଇ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଗତ ବର୍ଷ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ଡେଙ୍ଗୁ ବ୍ୟାପିଥିଲା । କିନ୍ତୁ ଏବର୍ଷ ସେପରି ପରିସ୍ଥିତି ନଥିବା ମେୟର କହିଛନ୍ତି ।