fbpx

ରାମଦେବ ବାବାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଲେ ଆଇଏମଏ

ନୂଆଦିଲ୍ଲୀ: ଏଲୋପାଥିକ୍ ସଂକ୍ରାନ୍ତରେ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି ଯୋଗଗୁରୁ ରାମଦେବ ବାବା । ଆଜି ଆଇଏମଏ ପକ୍ଷରୁ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆଇଏମଏ ଚିଠି ଲେଖିଛି । ବାବା ରାମଦେବ ବାବା ନିଜ ବିବାଦୀୟ ବୟାନକୁ ଫେରାଇ ନେଇଥିଲେ ସୁଦ୍ଧା ଆଇଏମଏ ଥଣ୍ଡା ପଡିନି ବରଂ ଆହୁରି କଠିନ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ମାଧ୍ୟମରେ ଜଣାଇଛି । ତେବେ ଖାଲି ସେତିକି ନୁହେଁ ଚିଠି କରିବା ର୍ପୂବରୁ ନିଜ ମନ୍ତବ୍ୟ ପାଇଁ କ୍ଷମା ନ ମାଗିଲେ ୧୦୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ କରାଯିବ ବୋଲି ବାବାଙ୍କ ପାଖକୁ ନୋଟିସ୍ ପଠାଇଛି ଆଇଏମଏ ।

ପ୍ରଧାନମନ୍ତ୍ରୀଙ୍କ ପାଖକୁ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, “ଆମେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମଆର୍ ବା ନ୍ୟାସନାଲ୍ ଟାସ୍କ ଫୋର୍ସ ପ୪ରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ହସ୍ପିଟାଲରେ ଲକ୍ଷ ଲକ୍ଷ ଲୋକଙ୍କ ଚିକିତ୍ସା କରୁଛୁ । ଆଉ ଯଦି କେହି ଦାବି କରୁଛି ଯେ, ଏଲୋପାଥିକ୍ ମେଡିସିନ୍ ଯୋଗୁଁ ଲୋକମାନେ ମରୁଛନ୍ତି ତେବେ ଏହା ମନ୍ତ୍ରାଳୟକୁ ଏକ ପ୍ରକାର ଚ୍ୟାଲେଞ୍ଜ” । ସେହପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯେଉଁ ମାନେ ଟିକାକରଣ ଏବଂ ଏଲୋପାଥିକ୍ ମେଡିସିନ୍ କୁ ଲୋକଙ୍କ ମନରେ ଡର ଭରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ । ଏମିତି ଲୋକଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ କରାଯାଉ” ।

ସୂଚନାଯୋଗ୍ୟ, ସୋସିଆଲ୍ ମିଡିଆରେ ଏକ ଭିଡିଓ ସେଆର୍ କରି ବାବା ରାମଦେବ ଏଲୋପାଥୀକୁ ଷ୍ଟୁପିଡ୍ ସାଇନ୍ସ ବା ଏକ ପ୍ରକାର ମୁର୍ଖାମୀ ବୋଲି କହିଥିଲେ । ସେହିପରି କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହୃତ ରେମଡେସିଭିର୍, ଫାବିଫ୍ଲୁ ଭଳି ଆଦି ମେଡିସିନକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ସ୍ୱୀକୃତ ଦେଇଥିବାବେଳେ ଏସବୁ ବିଫଳ ହୋଇଥିବା ବାବା ରାମଦେବ କହିଥିଲେ । ଏହାପରେ ଆଇଏମଏର ଡାକ୍ତର ସମୂହ, ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲର ଘରୋଇ ଡାକ୍ତର ସଂଗଠନ ପକ୍ଷରୁ ଯୋଗଗୁରୁ ରାମଦେବଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା ।

Get real time updates directly on you device, subscribe now.