fbpx

ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଲାଗି ରହିବ ରହିବ ଝଡ଼ ବର୍ଷା, ଆସନ୍ତା ୪-୫ ଦିନ ପାଇଁ ସତର୍କତା ସୂଚନା ଜାରି କଲା IMD

ନୂଆଦିଲ୍ଲୀ: ଆସନ୍ତା ୪-୫ ଦିନ ମଧ୍ୟରେ ଦେଶର କିଛି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ରୁ ୧୪ ତାରିଖ ମଧ୍ୟରେ ମହାରାଷ୍ଟ୍ରର ପାଳଘର, ନାସିକ, ପୁଣେ ଆଦି ଅଞ୍ଚଳରେ ବର୍ଷା ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ରାୟଗଢ଼ ଜିଲ୍ଲା ପାଇଁ ୧୨ ଓ ୧୩ରେ ରେଡ୍ ଆଲଟ୍ ଜରି ହୋଇଛି । ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେହିପରି ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ୧୩ ତାରିଖରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଆଯାଇଛି । ଜମ୍ମୁ, କଶ୍ମୀର, ଲଦ୍ଦାଖ, ଗିଲଗିଟ, ବାଲଟିସ୍ତାନ, ମୁଜାଫରାବାଦ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣାରେ ୧୨ରୁ ୧୪ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୩ ଓ ୧୪ରେ ପଞ୍ଜାବରେ ଓ ୧୨ରେ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିସହିତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, କେରଳ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆସନ୍ତା ୪ରୁ ୫ ଦିନ ବର୍ଷା ଲାଗି ରହିବ । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଝଡ଼-ତୋଫାନ ଆଲର୍ଟ ଜାରି କରାଯାଇଛି । ଗୁଜରାଟ ଓ ମହାରାଷ୍ଟ୍ରର କିଛି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ସ୍କୁଲ, କଲେଜ ବନ୍ଦ କରି ଦିଆଯାଇଛି ।

Get real time updates directly on you device, subscribe now.