fbpx
BJD SKY
BJD SKY

ଦେଶର ଏହି ୫ଟି ରାଜ୍ୟରେ ହେବ ଲଗାଣ ବର୍ଷା

BJD

ନୂଆଦିଲ୍ଲୀ: ନଭେମ୍ବର ୧ ପର୍ଯ୍ୟନ୍ତ ଦେଶର ଅନେକ ଦକ୍ଷିଣୀ ରାଜ୍ୟରେ ବର୍ଷାକୁ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜିଠାରୁ ନଭେମ୍ବର ୧ ପର୍ଯ୍ୟନ୍ତ ତାମିଲନାଡୁ, କେର ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି ଆଇଏମଡି । ଆଇଏମଡି ଅନୁସାରେ, ନଭେମ୍ବର ୧ ପର୍ଯ୍ୟନ୍ତ ତାମିଲନାଡୁ, କେରଳ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ବର୍ଷା ସହିତ ବଜ୍ରପାତ ହେବାର  ସମ୍ଭାବନା ରହିଛି । ଏହି ରାଜ୍ୟ ସମେତ ଦେଶର ଅନ୍ୟ କିଛି ରାଜ୍ୟରେ ବି ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ଲଘୁଚାପ ସକ୍ରିୟ ରହିଛି। ଲଘୁଚାପ କ୍ଷେତ୍ରରୁ ଏକ ନିମ୍ନ ଚାପରେଖା ତାମିଲନାଡୁ ଉପକୂଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି। ଏହା ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତାରେ ବାୟୁମଣ୍ଡଳ ଯାଏଁ ବ୍ୟାପିଛି। ଏହି ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Get real time updates directly on you device, subscribe now.