fbpx

ଜେଲରୁ ବାହାରିଲେ ଆର୍ଯ୍ୟନ, ଶାହରୁଖଙ୍କ ବଡିଗାର୍ଡଙ୍କ ସହ ମନ୍ନତ ଅଭିମୁଖେ ବାହାରିଲେ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନ୍ ଆଜି ଜେଲରୁ ମୁକୁଳିଛନ୍ତି । ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ୍ ମିଳିଛି । ପୂରା ୨୭ ଦିନ ପରେ ସେ ଜେଲରୁ ମୁକୁଳିଛନ୍ତି । ଅନ୍ୟପଟେ ମନ୍ନତ ସାମନାରେ ମଧ୍ୟ ଆର୍ଯ୍ୟନଙ୍କ ଆସିବା ଖୁସିରେ ସେଲିବ୍ରେସନ୍ କରାଯାଉଛି । ମନ୍ନତ୍ ବାହାରେ ଲୋକଙ୍କ ଭିଡ ଜମିଛି । ଆର୍ଯ୍ୟନ ଖାନ୍ ଙ୍କୁ ଜାମିନ୍ ମିଳିବା ପରେ ସେ ଆଜି ଆର୍ଥର ରୋଡ ଜେଲରୁ ମୁକୁଳିଛନ୍ତି । ତାଙ୍କୁ ଦେଖିବା ପାଇଁ ଆର୍ଥର ରୋଡ ଜେଲ ଓ ମନ୍ନତ ସାମନାରେ ଅନେକ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଛନ୍ତି । ସୂଚନା ଯୋଗ୍ୟ, ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ ତାରିଖରେ ତାଙ୍କୁ ଏନସିବି ଗିରଫ କରିଥିଲା । ତେବେ ଗୁରୁବାର ଦିନ ଆର୍ଯ୍ୟନଙ୍କ ଜାମିନ୍ ମଞ୍ଜୁର କରିଥିଲେ ମୁମ୍ବାଇ ହାଇକୋର୍ଟ ।

ତେବେ ଆର୍ଯ୍ୟନ ଜେଲରୁ ବାହାରିବା ପରେ ବାପାଙ୍କ ଗାଡ଼ିରେ ବସି ମନ୍ନତ୍ ଅଭିମୁଖେ ବାହାରି ସାରିଛନ୍ତି । ତାଙ୍କୁ ନେବା ପାଇଁ ଶାହରୁଖ ଖାନଙ୍କ ବଡ଼ିଗାର୍ଡ ରବି ଆର୍ଥର୍ ରୋଡ ଜେଲରେ ପହଞ୍ଚିଥିଲେ । ସୂଚନା ଯୋଗ୍ୟ, ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ ତାରିଖରେ ତାଙ୍କୁ ଏନସିବି ଗିରଫ କରିଥିଲା । ତେବେ ଗୁରୁବାର ଦିନ ଆର୍ଯ୍ୟନଙ୍କ ଜାମିନ୍ ମଞ୍ଜୁର କରିଥିଲେ ମୁମ୍ବାଇ ହାଇକୋର୍ଟ ।

Get real time updates directly on you device, subscribe now.