fbpx

ଆହୁରି ୪ ଦିନ ସିଝିବ ଓଡ଼ିଶା: ୮ ଜିଲ୍ଲାକୁ ଆଇଏମଡିର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗୀଷ୍ମପ୍ରବାହ । ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା । ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଂ ଉପରେ ରହୁଛି ।

ଆସନ୍ତା ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି କହିଛି ଆଇଏମଡି । ଆସନ୍ତାକାଲି ଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏହି ୪ ଦିନ ପାଇଁ ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଇଏମଡି । ବୁଧବାର, ଗୁରୁବାର ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଲାଗି ୱାର୍ଣ୍ଣିଂ ଜାରି ହୋଇଛି । ଶୁକ୍ରବାର-ଶନିବାର ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, କଳାହାଣ୍ଡି ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି ।

ସେପଟେ ମଙ୍ଗଳବାର ରାଜ୍ୟର ୭ଟି ସହରର ତାପମାତ୍ରା ୪୦ଂ ଉପରେ ରହିଛି । ୪୧.୫ଂ ସହ ଟିଟିଲାଗଡ଼ ରାଜ୍ୟର ସୁବୁଠୁ ଉତ୍ତପ୍ତ ସହର । ବଲାଙ୍ଗିରରେ ୪୧.୪ଂ, ସୋନପୁରରେ ୪୧.୩ଂ, ବାରିପଦା ୪୧ଂ, ବୌଦ୍ଧ ୪୧ଂ, ଭବାନୀପାଟଣା ଓ ସମ୍ବଲପୁର ୪୦.୨ଂ ରେକର୍ଡ କରାଯାଇଛି । ଭୁବନେଶ୍ୱର ଏବଂ କଟକ ୩୬.୫ଂ ସେଲସିୟସ ତାପମାତ୍ରା ରହିଥିଲା ।

 

 

Get real time updates directly on you device, subscribe now.